ସୁନ୍ଦରଗଡ଼ : ବଡ଼ଗାଁ ଥାନା ଅଞ୍ଚଳରୁ ନିଖୋଜ ଥିବା ନାବାଳିକାର ଶବ ଜଙ୍ଗଲରୁ ଉଦ୍ଧାର।। ପରିବାର ଲୋକ ଆଣିଲେ ଦୁଷ୍କର୍ମ ଏବଂ ହତ୍ୟା ଅଭିଯୋଗ।। ପୋଲିସ ତଦନ୍ତ ଜାରି।
ସୁନ୍ଦରଗଡ଼ : ୧୦/୧ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ଇତମା ଗ୍ରାମରୁ ମଙ୍ଗଳବାର ଦିନ ନିଖୋଜ ଥିବା ନବାଳିକାର ମୃତ ଦେହ କୁସ୍ତୁନା ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ପୋଲିସ ସାଇଣ୍ଟିଫିକ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଇତମା ଗାଁର ଜଣେ ୧୭ ବର୍ଷୀୟ ଝିଅ ଗତକାଲି ଠାରୁ ନିଖୋଜ ଥିଲେ। ପରିବାର ଲୋକେ ଖୋଜି ନପାଇବାରୁ ବଡ଼ଗାଁ ଥାନାରେ ରିପୋର୍ଟ କରିଥିଲେ। ଆଜି ସକାଳେ ସୂଚନା ପାଇ ପୋଲିସ ଉକ୍ତ ନାବାଳିକାର ମୃତ ଦେହକୁ କୁସ୍ତୁନା ଜଙ୍ଗଲରୁ ଉଦ୍ଧାର କରିଥିଲେ। କିଛି ଲୋକ ଉକ୍ତ ଝିଅକୁ ଗତକାଲି ପାଖ ଗାଁର ଏକ ପିଲା ସାଙ୍ଗରେ ଥିବାର ଦେଖିଥିଲେ। ପରିବାର ଲୋକେ ତାଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରା ଯାଇଥିବାର ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ପୋଲିସ କହିଛି।