ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଫରେଷ୍ଟ ରେଞ୍ଜ ରେ ଚାଲିଛି ପକ୍ଷୀ ଗଣନା।। ବଣାଇ ଡିଭିଜନରେ ୬୨ ଜଣ କର୍ମଚାରୀ ନିୟୋଜିତ ।
ବଣାଇ : ୧୦/୧ (ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ ଜିଲ୍ଲା ବଣାଇ ଡିଭିଜନରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ଡିଭିଜନ ରେ ଥିବା ବଣାଇ, ତାମରା, କୁଳିପୋଷ, କୋଇଡା, ଯରଡ଼ା ସମତେ 7ଟି ରେଞ୍ଜରେ ଆରମ୍ଭ ହୋଇ ଥିବା ପକ୍ଷୀ ଗଣନାରେ ବନ ଅଧିକାରୀ ମାନେ ସାମିଲ ହୋଇଛନ୍ତି। ରେଞ୍ଜର , ଫରେଷ୍ଟର, ଫରେଷ୍ଟ ଗାର୍ଡଙ୍କ ସମେତ ୬୨ ଜଣ କର୍ମଚାରୀ ଏହି ପକ୍ଷୀ ଗଣନାରେ ନିୟୋଜିତ ହୋଇଛନ୍ତି। ସେହିପରି ରାଉରକେଲା ଡିଭିଜନ ବାଙ୍କୀ ରେଞ୍ଜ ର ବିଭିନ୍ନ ସ୍ଥାନରେ ମଧ୍ୟ ଏହି ପକ୍ଷୀ ଗଣନା ଚାଲିଛି। ଏହି ସୂଚନା ଦେଇଛନ୍ତି ବଣାଇ ଡିଏଫଓ ଲଳିତ କୁମାର ପାତ୍ର।