ଭୁବନେଶ୍ୱର : ୯/୧ (ସତ୍ୟାନ୍ୟୁଜ) ଆକାଶ ପଥରେ ଯୋଡ଼ି ହେଲା ମାଲକାନଗିରି ଜିଲ୍ଲା। ଗମନାଗମନ ସେବାକୁ ଗୁରୁତ୍ଵ ଦେଇ ମୁଖ୍ୟମନ୍ତ୍ରୀ ଆଜି ମାଲକାନଗିରି ବିମାନ ବନ୍ଦର ଉଦ୍ଘାଟନ କରିଛନ୍ତି। ଏହାଦ୍ୱାରା ମାଲକାନଗିରି ଜିଲ୍ଲା ଓ ଆଖପାଖ ଅଞ୍ଚଳରେ ଯୋଗାଯୋଗ, ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିବ।
ମାଲକାନଗିରି ବିମାନ ବନ୍ଦର ୨୩୩ ଏକର ଅଞ୍ଚଳରେ ପରିବ୍ୟାପ୍ତ ଏବଂ ଏଥିରେ ୧୬୨୦ ମିଟର ଦୀର୍ଘ ଓ ୩୦ ମିଟର ପ୍ରସ୍ଥ ବିଶିଷ୍ଟ ଏକ ରନୱେ ନିର୍ମାଣ କରାଯାଇଛି। ଏଥିପାଇଁ ଖର୍ଚ୍ଚ ହୋଇଛି ₹୭୦ କୋଟି। ମାଲକାନଗିରି ଆକାଶ ପଥରେ ସଂଯୋଗ ହେବାପରେ ଦୂରବର୍ତ୍ତୀ ଅଞ୍ଚଳଗୁଡ଼ିକରେ ବିକାଶ ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହେବ।