ରାଉରକେଲା : ୫୦୦ ଲିଟର ବେଆଇନ ଦେଶୀ ମଦ ଜବତ କଲା ଅବକାରୀ ବିଭାଗ।। ଜଣେ ଗିରଫ , କାର ଜବତ।

0 478

ରାଉରକେଲା : ୯/୧ (ସତ୍ୟାନ୍ୟୁଜ) ରାଉରକେଲା ଅବକାରୀ ବିଭାଗ ୫୦୦ ଲିଟରରୁ ଉର୍ଦ୍ଧ୍ବ ଦେଶୀ ମଦ ଜବତ କରିବା ସହ ଏକ କାର ଜବତ କରିଛନ୍ତି। ଜବତ କାର ରେ ବେଆଇନ ମଦ ଓଡିଶା – ଝାରଖଣ୍ଡ ସୀମାନ୍ତ ଜରେଇକେଲାରୁ ରାଉରକେଲା ଆସୁଥିଲା। ସୂଚନା ପାଇ ଅବକାରୀ ବିଭାଗ ଅଧିକାରୀ ମାନେ ବିରସା ଛକରେ କାର କୁ ଅଟକାଇ ତଲାସୀ ନେବା ବେଳେ ଏହି ମଦ ଜବତ କରିଥିଲେ। ବେଆଇନ ମଦ ଚାଲାଣ ଅଭିଯୋଗରେ ଅବକାରୀ ବିଭାଗ ଧନଞ୍ଜୟ ସିଂ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.