ବଣାଇ : ୯/୧ (ସତ୍ୟାନ୍ୟୁଜ) ମୁଖ୍ୟମନ୍ତ୍ରୀ ଙ୍କ ଶ୍ରମିକ କଲ୍ୟାଣ ଯୋଜନାରେ ଆଜି ବଣାଇଁ ଠାରେ ଆୟୋଜିତ ହୋଇଯାଇଛି ସହାୟତା ବଣ୍ଟନ ଶିବିର l ଏହି କାର୍ଯ୍ୟକ୍ରମରେ ରାଜ୍ଯ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁ , ସୁନ୍ଦରଗଡ଼ ଜିଲ୍ଲା ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ଦିବ୍ୟଜ୍ୟୋତି ନାୟକ, ପ୍ରମୂଖ ଯୋଗ ଦେଇଥିଲେ l ଶ୍ରମ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ସୁନ୍ଦରଗଡ଼ ଜିଲ୍ଲାର ଶ୍ରମିକ ଭାଇ ଭଉଣୀ ମାନେ ଯୁଗାନ୍ତକାରୀ ଶ୍ରମିକ ଯୋଜନା ରେ କିଭଳି ଉପକୃତ ହୋଇଛନ୍ତି ତା ଉପରେ ଆଲୋକପାତ କରିଥିଲେ l ରାଜ୍ୟ ସରକାର ନିକଟରେ ୧୫୫ ଜଣ ନୂତନ ସହକାରୀ ଶ୍ରମ ଅଧିକାରୀ ଙ୍କୁ ନିଯୁକ୍ତି ଦେଇ ସଧାରଣ ପ୍ରଶାସନ ବିଭାଗ ରେ ସାମିଲ କରିଛନ୍ତି। ସୁନ୍ଦରଗଡ ଜିଲ୍ଲାରେ ୭ ଜଣ ଅଧିକାରୀ ଅବସ୍ଥାପିତ ହୋଇଥିବା ମନ୍ତ୍ରୀ କହିଛନ୍ତି l ଆଜି ଏହି ଶିବିର ରେ ୨ ଶହ ଜଣ କୁ ଶ୍ରମ କାର୍ଡ, ପାଠପଢ଼ା ପାଇଁ ୫ ଜଣଙ୍କୁ ଅର୍ଥ ସହାୟତା, ୨୫ ଜଣ ଙ୍କୁ ବିବାହ ସହାୟତା, ୧୪ ଜଣ ଙ୍କୁ ପ୍ରସବ କାଳୀନ ସହାୟତା, ୫୭ ଜଣ ଙ୍କୁ ମୃତ୍ୟୁ କାଳୀନ ସହାୟତା, ଅନ୍ତେଷ୍ଟି କ୍ରିୟା ପାଇଁ ୫୪ ଜଣ ଙ୍କୁ ସହାୟତା ପାଇଁ ସମୁଦାୟ ୧ କୋଟି ୨୭ ଲକ୍ଷ ୭୫ ହଜାର ଟଙ୍କା ପ୍ରଦାନ କରାଯାଇଛି l