ବଣାଇ : ଦିନବେଳେ ଘରେ ପଶିଲେ ହାତୀ।। ଆତଙ୍କିତ ହୋଇ ଲୋକେ ଦୌଡ଼ିଲେ।। ହାତୀ ଘଉଡାଇବାରେ ବନବିଭାଗ ବିଫଳ ଅଭିଯୋଗ।

0 1,050

ବଣାଇ : ୯/୧ (ସତ୍ୟାନ୍ୟୁଜ) ଦିନରେ ଘରେ ପଶିଲେ ହାତୀ। ପୂର୍ବରୁ ରାତିରେ ପଶୁଥିଲେ। ଏବେ କିନ୍ତୁ ଦିନବେଳେ ଗାଁରେ ପଶି ଘରବାଡ଼ି ନଷ୍ଟ କରୁଛନ୍ତି। ଆଜି ସକାଳୁ ଦୁଇଟି ଦନ୍ତାହାତୀ ବଣାଇ ଫରେଷ୍ଟ ରେଞ୍ଜ ର ତଳିତା ଗାଁରେ ପଶି ଯିବାରୁ ଲୋକେ ଆତଙ୍କିତହୋଇ ପଡ଼ିଥିଲେ। ଯେତେ ଗୋଡ଼ାଇଲେ ମଧ୍ୟ ହାତୀ ଗାଁ ଛାଡି ଯାଉ ନାହାଁନ୍ତି। ସକାଳେ କିଷାନ ସାହିରେ ଦନ୍ତା ଦୁଇଟି ପଶି ଯିବାରୁ ଗାଁ ଲୋକେ ପ୍ରାଣ ବିକଳରେ ଦୌଡି ଜୀବନ ରକ୍ଷା କରିଛନ୍ତି। ମାତ୍ର ହାତୀ ଦୁଇଟି ପାଖ ଜଙ୍ଗଲକୁ ଯାଇ ପୁଣି ଫେରି ଆସୁଛନ୍ତି। ବଣାଇ ଅଞ୍ଚଳରେ ହାତୀ ଉପଦ୍ରବରେ ଲୋକେ ଅତିଷ୍ଠ ହୋଇ ପଡିଲେଣି। ଦୁଇଦିନ ତଳେ ହାତୀ ଘଉଡାଇବାରେ ବନ ବିଭାଗ ବିଫଳ ହୋଇଥିବାରୁ ପ୍ରତିବାଦରେ ଲୋକେ ରାତି ସାରା ରାସ୍ତା ଅବରୋଧ କରିଥିଲେ। ପରେ ଉତ୍ୟକ୍ତ ଲୋକେ ଫରେଷ୍ଟର ଏବଂ ରେଞ୍ଜର ଙ୍କୁ ଅଟକ ରଖିଥିଲେ।

Leave A Reply

Your email address will not be published.