ରାଉରକେଲା : ଷଷ୍ଠ ଜାତୀୟ ସ୍ତରୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ଓଡିଶା ଚମ୍ପିୟାନ।। ସୁନ୍ଦରଗଡ ପ୍ରତିଯୋଗୀଙ୍କ ସଫଳତା।

0 377

ରାଉରକେଲା : ୮/୧ (ସତ୍ୟାନ୍ୟୁଜ)
ଗତ ୩୦ ଓ ୩୧ ତାରିଖ ଦିନ ରାଉରକେଲା ସହରରେ ଆୟାଜିତ ହୋଇଥିଲା ୬ଷ୍ଠ ଜାତୀୟ ସ୍ତରୀୟ ତାଇକଣ୍ଡୋ ଚାମ୍ପିଅନସିପ୍ l ଏହି ଚାମ୍ପିଆନ୍ ସିପ୍ ରେ ଦେଶର ବିଭିନ୍ନ ରାଜ୍ୟରୁ ହଜାର ହଜାର ତାଇକଣ୍ଡୋ ଖେଳାଳି ଭାଗ ନେଇଥିଲେ l ଓଡିଶା, ୱେଷ୍ଟ ବେଙ୍ଗଲ, ଦିଲ୍ଲୀ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଝାରଖଣ୍ଡ, ମହାରାଷ୍ଟ୍ର, ବିହାର, ହରିୟାଣା ଏହି ଭଳି ଦଶ ରୁ ଉର୍ଦ୍ଧ ରାଜ୍ୟ ଏହି ଚାମ୍ପିଅନସିପ୍ ରେ ଭାଗ ନେଇଥିଲେ l ଚାମ୍ପିଅନସିପ୍ ରାଉରକେଲା ଛେଣ୍ଡ ସ୍ଥିତ ଆହୁତି ଭବନ ଠାରେ ଅନୁଷ୍ଠିତ ହୋଇଥିଲା l ଏହି ଚାମ୍ପିଅନସିପ୍ ରେ ଓଡିଶା ରାଜ୍ୟ ପ୍ରଥମ ସ୍ଥାନ ପାଇଥିବା ବେଳେ, ଦ୍ଵିତୀୟ ସ୍ଥାନ ଛତିଶଗଡ଼ ଓ ତୃତୀୟ ସ୍ଥାନ ହାସଲ କରିଥିଲା ୱେଷ୍ଟ ବେଙ୍ଗାଲ l ଓଡିଶା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପାଖାପାଖି ତିନି ଶହ ରୁ ଉର୍ଦ୍ଧ ଖେଳାଳି ଭାଗ ନେଇଥିଲେ l ରାଉରକେଲା ଓ ବୀରମିତ୍ରପୁର ସହରର ୬୭ ଜଣ ଖେଳାଳି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ମୋଟ ୩୫ ଜଣ ଖେଳାଳି ଙ୍କୁ ମିଳିଛି ସଫଳତା l ଏଥି ମଧ୍ୟରୁ ୧୩ ଜଣ ଗୋଲ୍ଡ ମେଡାଲ ହାସଲ କରିଥିବା ବେଳେ ୧୮ ଜଣ ସିଲଭର ମେଡାଲ ଓ ୪ ଜଣ ବ୍ରୋଞ୍ଜ ମେଡାଲ ହାସଲ କରିଛନ୍ତି l ରାଉରକେଲା ସିଭିଲ୍ ଟାଉନ୍ ସିପ୍ ସ୍ଥିତ ଇଣ୍ଡିଆନ୍ ଟାଏକୋଣ୍ଡୋ ୟୁନିଅନ କାର୍ଯ୍ୟାଳୟରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ତାଇକଣ୍ଡୋ ଖେଳାଳି ଙ୍କୁ ଇଣ୍ଡିଆନ ତାଇକଣ୍ଡୋ ୟୁନିଅନ୍ ର ସାଧାରଣ ସମ୍ପାଦକ ମାଷ୍ଟର ମୁକେଶ କୁମାର ସାହୁ ଙ୍କ ଦ୍ଵାରା ପୁଷ୍ପ ଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଛନ୍ତି l ଏହି ସଫଳତା କୁ ନେଇ ରାଉରକେଲା ତଥା ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଏକ ଖୁସିର ଲହର ଖେଲିଯାଇଛି l

ରାଉରକେଲା ସହରର ଗୋଲ୍ଡ ମେଡାଲ ହାସଲ କରିଥିବା ଖେଳାଳୀ ହେଲେ ଆମିୟା ସେନ୍, ଆୟୁଷ ମହାନ୍ତି, ସମୃଦ୍ଧି ଦୋଦ୍ରାଜକା, ଦେବରୁଦ୍ର ପାଲିତ୍, ଅର୍ନଭ ଦାସ, ଆୟାନ ରମେଶ ପରିଡା, ପ୍ରିୟାନ୍ସି ପ୍ରୀତି ପୃଷ୍ଟି, ରୋହନ କୁମାର ସୋନୀ, କ୍ରିସ ବର୍ମା, ଚାହତ୍ ପ୍ରକାଶ,

ସିଲଭର୍ ମେଡାଲ ହାସଲ କରିଥିବା ଖେଳାଳି ହେଲେ ଅନୁଷ୍କା ସାହୁ, ବୈଷ୍ଣବୀ ମହାନନ୍ଦିଆ, ବିରାଟ ମହାନନ୍ଦିଆ, ଶ୍ଲୋକ ଦୋଦ୍ରାଜକା, ଶ୍ରିୟାନସୁ ମହାନ୍ତି, ଶ୍ରିୟାନସି ଶ୍ରୁତି ପୃଷ୍ଟି, ଆଦର୍ଶ ଡୁଙ୍ଗଡୁଙ୍ଗ, ଦେବାନଶଂ ସୋନୀ, ରୀଆନ୍ସଦିପ ସାହୁ, ୟଶବର୍ଦ୍ଧିନ ଦାସ, ଆରୋହୀ ନାଗ, ପ୍ରକୃତି ଜୈନ, ରଚିତ୍ ଖଣ୍ଡେଲୱାଲ୍ l

ବ୍ରୋଞ୍ଜ ମେଡାଲ ହାସଲ କରିଥିବା ଖେଳାଳି ହେଲେ ଅନୁଷ୍କା ନାୟକ, ମାନଭି ଗର୍ଗ, ଜୀଆନ୍ ଖାନ,

ବୀରମିତ୍ରପୁର ସହରର ଗୋଲ୍ଡ ମେଡେଲ ହାସଲ କରିଥିବା ଖେଳାଳି ହେଲେ ପ୍ରତିକ ଆର୍ହା , ନେହା ସାହୁ, ଓମ୍ ଆର୍ହା l

ସିଲଭର ମେଡାଲ ହାସଲ କରିଥିବା ଖେଳାଳି ହେଲେ ଅନିରୁଦ୍ଧ ପଣ୍ଡା, ସାକଛି ମାହାତୋ, ଆଶା ମାଝୀ, ରାଧିକା ବାଗେ, ଅସିୟାନତି ଟୋପ୍ପ l

ବ୍ରୋଞ୍ଜ୍ ମେଡାଲ ହାସଲ କରିଥିବା ଖେଳାଳି ହେଲେ ତୁଷାର ସିଂ ଙ୍କୁ ଆଜି ଇଣ୍ଡିଆନ୍ ତାଇକଣ୍ଡୋ ୟୁନିଅନ୍ ର ସାଧାରଣ ସମ୍ପାଦକ ଶ୍ରୀ ମୁକେଶ କୁମାର ସାହୁ ଙ୍କ ଦ୍ଵାରା ସମସ୍ତଙ୍କୁ ଶୁଭେଚ୍ଛା ଦିଆଯାଇଛି l

Leave A Reply

Your email address will not be published.