ରାଉରକେଲା : କଳିଙ୍ଗ ହର୍ବଲ ମେଳା ଉଦଯାପିତ।। ଵୈଦ୍ୟରାଜ , ଉତ୍ତମ ଷ୍ଟଲ ତଥା କର୍ମଚାରୀ ସମ୍ବର୍ଦ୍ଧିତ।

0 350

ରାଉରକେଲା : ୮/୧ (ସତ୍ୟାନ୍ୟୁଜ)
ସ୍ଥାନୀୟ ଭଞ୍ଜ ଭବନ ପ୍ରଦର୍ଶନୀ ପଡିଆ ଠାରେ ଗତ ୪ ତାରିଖ ଠାରୁ ଆରମ୍ଭ ହୋଇଥିବା ଆଞ୍ଚଳିକ କଳିଙ୍ଗ ହର୍ବଲ ମେଳା ଆଜି ଉଦଯାପିତ ହୋଇଛି l ଆଜିର ଉତ୍ସବ ରେ ରାଉରକେଲା କେନ୍ଦୁପତ୍ର ଡି.ଏଫ.ଓ. ଗୋକୁଳ ଚନ୍ଦ୍ର ପାଇକରାୟ ମୁଖ୍ୟ ଅଥିତି ଭାବେ ଯୋଗ ଦେଇଥିଵା ବେଳେ ସମ୍ମାନିତ ଅତିଥି ଭାବେ ବାମଡା ଡି.ଏଫ.ଓ ସମୀର କୁମାର ସାହୁ ଯୋଗ ଦେଇଥିଲେ l
ରାଉରକେଲା ଡି.ଏଫ.ଓ ଯଶବନ୍ତ ସେଠି ଏଥିରେ ଅଧ୍ୟକ୍ଷତା କରିଥିଲେ l ଏ.ସି.ଏଫ ସୌମ୍ୟ ରଞ୍ଜନ ଗୋଛାୟତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଏତିଥି ମାନଙ୍କ ସହ ଉତ୍ତମ ବୈଦ୍ୟ, ଷ୍ଟଲ ଓ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l
ରାଉରକେଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଓଡିଶା ସରକାରଙ୍କ ରାଜ୍ଯ ଔଷଧୀୟ ବୃକ୍ଷ ପରିଷଦର ମିଳିତ ସହଯୋଗରେ ଏହି ମେଳା ଆୟୋଜିତ ହୋଇଥିଲା l
ଅତିଥି ମନେ ନିଜ ନିଜ ବକ୍ତବ୍ୟ ରେ ହର୍ବାଲ ମେଳାର ପ୍ରଶଂସା କରିବା ସହ ପାରମ୍ପାରିକ ଚିକିତ୍ସା ପଦ୍ଧତି ଆପଣାଇବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ l ଏହା ବ୍ୟୟ ସାପେକ୍ଷ ହୋଇ ନଥିବା ବେଳେ ପାର୍ଶ୍ୱ ପ୍ରତିକ୍ରିୟା ବିହୀନ ହୋଇଥାଏ l ଏଣୁ ଜନସାଧାରଣ ଆୟୁର୍ବେଦ ଔଷଧ ଓ ଏହି ଚିକିତ୍ସାର ସୁଯୋଗ ନେବାକୁ ସେମାନେ କହିଥିଲେ l
ମେଳା ରେ ସାମଗ୍ରୀ ବିକ୍ରି ସାଙ୍ଗକୁ ହର୍ବାଲ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା । ସଂଧ୍ଯାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l
୫ ଦିନ ବ୍ୟାପି ଅନୁଷ୍ଠିତ ହର୍ବlଲ ମେଳା ରେ ଆଶାଜନକ ବ୍ୟବସାୟ ହୋଇଥିବା ବେଳେ ସହରବାସୀ ମେଳା ବୁଲି ଦେଖିଥିଲେ l

Leave A Reply

Your email address will not be published.