ବିରମିତ୍ରପୁର ପୌରପାଳିକା ଦ୍ୱାରା ନବନିର୍ମିତ ଟାଉନହଲ କୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଶୁକ୍ରବାର ଦିନ ଉଦଘାଟନ କରିଛନ୍ତି
। ଟାଉନହଲ ପରିସରରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଉରକେଲା ଏଡିଏମ ତଥା ମହନଗର ନିଗମର କମିଶନର ଦିବ୍ୟଜ୍ୟୋତି ପରିଡା , ପ୍ରକଳ୍ପ ନିର୍ଦ୍ଦେଶିକା ରିତା ଡାଙ୍ଗ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଟାଉନହଲ ସମେତ ଜିଲ୍ଲାପାଳ ଏକ ଟଏଲେଟ କମ୍ପ୍ଲେକ୍ସ ମଧ୍ୟ ଉଦଘାଟନ କରିଥିଲେ। ପରେ ଟାଉନହଲ କମ୍ପ୍ଲେକ୍ସ ରେ ଅତିଥି ମାନେ ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ।

