ଦୁର୍ଘଟଣା ରେ ଆହତ ଲୋକଙ୍କୁ ତୁରନ୍ତ ସହାୟତା ଦେବେ “ରକ୍ଷକ”। ଦୁର୍ଘଟଣାରେ ଆହତଙ୍କ ପ୍ରଥମ ଏକ ଘଣ୍ଟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।
ସଡକ ଦୁର୍ଘଟଣାରେ ଆହତଙ୍କୁ ଶୀଘ୍ର ଡାକ୍ତରଖାନା ପହଞ୍ଚାଇବାକୁ ସରକାର ଆରମ୍ଭ କରିଥିବା “ରକ୍ଷକ” ଯୋଜନା ନିଶ୍ଚିତ ଭାବେ ପ୍ରଶଂସନୀୟ ପଦକ୍ଷେପ। ପ୍ରଶିକ୍ଷଣ ନେବାପରେ ଏହି ଟିମ ଦୁର୍ଘଟଣାରେ ଶିକାର ବ୍ୟକ୍ତିବିଶେଷ ଙ୍କ ଲାଗି ଦେବଦୂତ ସଦୃଶ ପରିଗଣିତ ହେବ। ଜାତୀୟ ରାଜପଥ ଏବଂ ବିଭିନ୍ନ ସଡକରେ ଦୁର୍ଘଟଣା ବଢ଼ୁଥିବାରୁ ଏପ୍ରକାର ଏକ ସହାୟତା ପ୍ରୟାସ ଆରମ୍ଭ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ରାଉରକେଲା ପରେ ଗୁରୁବାର ଦିନ ବଣେଇ ରେ “ରକ୍ଷକ” ଟିମ ଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ରୁ ଆସିଥିବା ପ୍ରଶିକ୍ଷକ , ସ୍ଥାନୀୟ ପ୍ରଶାସନ , ପରିବହନ ବିଭାଗ ଅଧିକାରୀ ମାନେ ଯୋଗ ଦେଇଥିଲେ ।

