୩ ଟି ଲ୍ୟାଣ୍ଡ ମାଇନ୍ସ କୁ ବିସ୍ପୋରଣ କରି ନଷ୍ଟ କଲେ ସିଆରପିଏଫ ଏବଂ ପୋଲିସ।। ସୁନ୍ଦରଗଡ଼ ଜିଲ୍ଲାର କେ ବଳଙ୍ଗ ଥାନା ଅଞ୍ଚଳ ରେ ସର୍ଚ୍ଚ ଅପରେସନ ଜାରି।
ସିଆରପିଏଫ ୧୯ ବାଟାଲିଅନ ଏବଂ ପୋଲିସ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲା କେ ବଳଙ୍ଗ ଥାନା ଅଞ୍ଚଳ ଜଙ୍ଗଲ ରେ କୁମ୍ବିଙ୍ଗ ଅପରେସନ ଚାଲିଥିବା ବେଳେ ୩ଟି ଲ୍ୟାଣ୍ଡ ମାଇନ୍ସ ଉଦ୍ଧାର କରାଯାଇ ନଷ୍ଟ କରିଦିଆଯାଇଛି।
ଏହି ଲ୍ୟାଣ୍ଡ ମାଇନ୍ସ ସୁରକ୍ଷା ବାହିନୀ ଙ୍କୁ ଟାର୍ଗେଟ କରି ମାଓବାଦୀ ଖଞ୍ଜିଥିବା ସନ୍ଦେହ କରାଯାଉଛି । ଗୁରୁବାର ଦିନ ଗୁଇନ୍ଦା ସୂତ୍ରରୁ ବିଶେଷ ସୂଚନା ପାଇ ଦୁଇ ପ୍ଲାଟୁନ ସିଆରପିଏଫ ଏବଂ ପୋଲିସ କେ ବଳଙ୍ଗ ଥାନାର ଟୋପାଡ଼ିହି , ସ୍ୱୟଂମ୍ବା , ରେଞ୍ଜଡା, ଆଦି ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ୧୦ ଡିସେମ୍ବର ଶୁକ୍ରବାର ଦିନ ପୋଲିସ ସନ୍ଧାନୀ କୁକୁର ସାହାଯ୍ୟରେ ପୋଲିସ ଏହି ଅଞ୍ଚଳରେ ୩ ଟି ଲ୍ୟାଣ୍ଡ ମାଇନ୍ସ ଠାବ କରିଥିଲେ। ୨ ଟି ଲ୍ୟାଣ୍ଡମାଇନ୍ସ ୧୫ କିଲୋଗ୍ରାମ ର ହିଇଥିବା ବେଳେ ଅନ୍ୟ ଗୋଟିଏ ୧୨ କେ ଜି ର ଥିଲା । ସିଆରପିଏଫ ଏବଂ ପୋଲିସ ଉକ୍ତ ଲ୍ୟାଣ୍ଡ ମାଇନ୍ସ କୁ ବିସ୍ପୋରଣ କରି ନଷ୍ଟ କରିଦେଇଛନ୍ତି । ୧୯ ବାଟା ସିଆରପିଏଫ ର କମାଣ୍ଡାଣ୍ଟ ରାଜେଶ କୁମାରଙ୍କ ନିର୍ଦେଶ ରେ ଏବେ ଉକ୍ତ ଅଞ୍ଚଳ ରେ ସର୍ଚ୍ଚ ଅପରେସନ ଜାରି ରହିଛି । ସୂଚନା ଯୋଗ୍ୟଯେ ଏବେ ମାଓବାଦୀ ମାନେ ପିଏଲ ଜି ଏ ସପ୍ତାହ ପାଳନ କରୁଛନ୍ତି।

