ରାଜପଥରେ ଖୋଲା ଡ୍ରେନ ରେ ଟ୍ରକ ଓଲଟି ଦୁଇ ଆହତ।। ରାଉରକେଲା ବାଲୁଘାଟ ନିକଟ ୧୪୩ ନମ୍ବର ଜାତୀୟ ରାଜପଥ ରେ ଦୁର୍ଘଟଣା।

0 838

ରାଉରକେଲା ବାଲୁଘାଟ ନିକଟ ୧୪୩ ନମ୍ବର ଜାତୀୟ ରାଜପଥ ରେ ଗୁରୁବାର ସକାଳେ ଏକ ସଡକ ଦୁର୍ଘଟଣାରେ ଦୁଇଜଣ ଗାଡି ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି

। ଏବେ ୧୪୩ ନମ୍ବର ଜାତୀୟ ରାଜପଥ ର ସମ୍ପ୍ରସାରଣ କାମ ଚାଲିଛି। କାମ ନେଇଥିବା ଠିକା ସଂସ୍ଥା ଏବଂ ଜାତୀୟ ରାଜପଥ ଅଧିକାରୀଙ୍କ ଦାଇତ୍ୱହୀନତା ଯୋଗୁ ଏହି ରାଜପଥରେ ବାରମ୍ବାର ଦୁର୍ଘଟଣା ହେଉଥିବା ଅଭିଯୋଗ ହେଉଛି । ଆଜି ଭୋରୁ ଏକ ଲୁହା ପଥର ବୋଝେଇ ଟ୍ରକ ରାଜପଥ କଡ଼ ରେ ଥିବା ଏକ ଖୋଲା ଡ୍ରେନ ରେ ପଡି ଯାଇଥିଲା। ପଛରୁ ଆସୁଥିବା ଏକ ଟାଟା ଏ ସି ଗାଡି ପରେ ଏହି ଟ୍ରକରେ ବାଡେଇ ହୋଇ ଓଲଟି ପଡିଥିଲା। ଫଳରେ ଗାଡି ଦୁଇଟିର ଡ୍ରାଇଭର ଦ୍ବୟ ଆହତ ହୋଇଥିଲେ। ରାଜପଥର ସମ୍ପ୍ରସାରଣ କାମ ଚାଲିଥିବା ବେଳେ ଦୁର୍ଘଟଣା ପ୍ରବଣ ଅଞ୍ଚଳ କିମ୍ବା ବିପଦ ସଙ୍କୁଳ ସ୍ଥାନରେ କୌଣସି ସତର୍କତା ସୂଚନା ଫଳକ ଲଗା ଯାଉନଥିବା ଅଭିଯୋଗ ହେଉଛି। ୧୪୩ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ଚାଲିଥିବାରୁ ବିଭିନ୍ନ ବିପଦ ସଙ୍କୁଳ ସ୍ଥାନରେ ସତର୍କତା ସୂଚନା ଫଳକ ଲଗାଇବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକମାନେ।

Leave A Reply

Your email address will not be published.