ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ର ୧୦ ନମ୍ବର ୱାର୍ଡ ରେ ଜଙ୍ଗଲ ଜମିରେ ବହୁଦିନ ଧରି ରହୁଥିବା ଲୋକଙ୍କୁ ପଟ୍ଟା ପ୍ରଦାନ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ।
ଏହି ପରିପ୍ରେକ୍ଷୀରେ ବୁଧବାର ଦିନ ଏକ ୱାର୍ଡ କମିଟି ଗଠନ କରାଯାଇ ଜଙ୍ଗଲ ଜମିରେ ରହୁଥିବା ଲୋକଙ୍କୁ ଚିହ୍ନଟ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ପଦକ୍ଷେପ ନିଆଯାଇଛି। ୧୦ ନମ୍ବର ୱାର୍ଡ ରେ ରହୁଥିବା ଲୋକଙ୍କୁ ନେଇ ଏକ ବୈଠକ କରାଯାଇଥିଲା। ଏହି ବୈଠକରେ ସ୍ଥାନୀୟ ତହସିଲଦାର , ବନ ବିଭାଗ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଜଙ୍ଗଲ ଜମିରେ ରହୁଥିବା ଲୋକଙ୍କୁ କିପରି ଶୀଘ୍ର ଜମି ଅଧିକାର ଦିଆଯାଇପାରିବ ସେ ବାବଦରେ ଆଲୋଚନା କରାଯାଇଥିଲା ।

