ସୁନ୍ଦରଗଡ଼ ମିଞ୍ଜ ପେଟ୍ରୋଲ ପମ୍ପ ଡକାୟତି ଘଟଣାରେ ୪ ଗିରଫ।।ପିସ୍ତଲ , ଗୁଳି ,ବାଇକ , ନଗଦ ଟଙ୍କା ଜବତ।

0 413

ସୁନ୍ଦରଗଡ଼ ଟାଉନ ଥାନା ର ମିଞ୍ଜ ପେଟ୍ରୋଲ ପମ୍ପ ରେ ଡିସେମ୍ବର 3 ତାରିଖ ରାତିରେ ହୋଇଥିବା ସଶସ୍ତ୍ର ଡକାୟତି ଘଟଣାର ପର୍ଦାଫସ କରିଛି ପୋଲିସ । ଡକାୟତି ରେ ସଂଶ୍ଲିଷ୍ଟ ଚାରିଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ , ଗୁଳି , ଗୋଟିଏ ବାଇକ ଜବତ କରିଛନ୍ତି। ଏହା ସହିତ ଲୁଟ ହୋଇଥିବା ଟଙ୍କା ମଧ୍ୟରୁ 63 ହଜାର ଟଙ୍କା ଜବତ କରିଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସୂଚନା ଅନୁଯାୟୀ 3 ଡିସେମ୍ବର ରାତି ୧୦ ଟା ପାଖାପାଖି ୪ ଜଣ ଦୃବୁତ୍ତ ଟାଉନ ଥାନାର ମୁଖ୍ୟମାର୍ଗରେ ଥିବା ମିଞ୍ଜ ପେଟ୍ରୋଲ ପମ୍ପରେ ଅଚାନକ ପଶି ଯାଇଥିଲେ। ଦୁଇଜଣଙ୍କ ହାତରେ ପିସ୍ତଲ ଥିଲା । ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଭୟଭୀତ କରାଇ ୧ ଲକ୍ଷ ୮୪ ହଜାର ୯ ଶହ ଟଙ୍କା ଲୁଟି ନେଇ ପଳାଇଥିଲେ । ଥାନାରେ ଏତେଲା ପରେ ସଦର ଏସ ଡି ପି ଓ ମଧୁଶିକ୍ତା ମିଶ୍ରଙ୍କ ନେତୃତ୍ୟ ରେ ଦୁଇଟି ଟିମ ଗଠନ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୋଲିସ ଡକାୟତ ମାନଙ୍କୁ ଧରିବାରେ ସଫଳ ହୋଇଥିଲା। ଡକାୟତ ଙ୍କୁ ଗିରଫ କରିବାରେ ଟାଉନ ଥାନା ଇନିସ୍ପେକ୍ଟର ଏସ କେ ଦାଶ , ସାଇବର ଥାନା ପୋଲିସ , ଏବଂ ପୋଲିସ ର ସ୍ୱତନ୍ତ୍ର ସ୍କ୍ୱାର୍ଡ ମଧ୍ୟ ସାମିଲ ଥିଲେ। ଗିରଫ ଡକାୟତଙ୍କ ନାଁରେ ଝାରସୁଗୁଡା ରେ ମଧ୍ୟ ଡକାୟତି ମମକ ରହିଛି । ପୋଲିସ ର ଅଧିକ ତଦନ୍ତ ଜାରି ରହିଛି। ଏହା ଛଡା ଅଭିଯୁକ୍ତଙ୍କ ନାମରେ ସୁନ୍ଦରଗଡ଼ ଏବଂ ଝାରସୁଗୁଡା ଜିଲ୍ଲାରେ ଅନ୍ୟୁନ ୭ ଟି ଡକାୟତି , ରବରୀ , ହତ୍ୟା ମାମଲା ଆଦି ରହିଛି ।

Leave A Reply

Your email address will not be published.