ନିଶା ସେବନର କରୁଣ ସ୍ଥିତି ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକରେ। ସ୍ୱାମୀର ମଦ୍ୟପାନ ଜନିତ କଳହ ଯୋଗୁ ସ୍ତ୍ରୀ ଆତ୍ମହତ୍ୟା କରିଛି। ଏ ବାବଦରେ ପୋଲିସ ସ୍ୱାମୀକୁ ଅଟକ ରଖି ପଚରା ଉଚୁରା କରୁଛି ।
ଏବେ ପରିବାରର ୩ ଜଣ ଶିଶୁ ଅନାଥ ପରି ରହିଛନ୍ତି। ସୂଚନା ଅନୁଯାୟୀ କୋଇଡା ଥାନା ଅନ୍ତର୍ଗତ ପାଟମୁଣ୍ଡା ପାଞ୍ଚୟତ ର ବର୍ଷଡା ଗ୍ରାମରେ ରହନ୍ତି ଭାଗ୍ୟ ମୁଣ୍ଡା , ତାଙ୍କ ପତ୍ନୀ ଏବଂ ତିନିଜଣ ଶିଶୁ । ସ୍ୱାମୀ ନିୟମିତ ମଦ୍ୟପାନ କରିବାରୁ ସ୍ତ୍ରୀ ବାରଣ କରିଥିଲା। ଫଳରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଗୁରୁବାର ଦିନ ଭାଗ୍ୟ ମୁଣ୍ଡା ବାହାରକୁ ଯାଇଥିବା ବେଳେ ତାଙ୍କ ସ୍ତ୍ରୀ ନିକଟସ୍ଥ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଏବେ ତିନୋଟି ପିଲାଙ୍କୁ ପାଖ ପଡୋଶୀ ଦେଖାଶୁଣା କରୁଥିବା ବେଳେ ପୋଲିସ ସ୍ୱାମୀ ଭାଗ୍ୟ ମୁଣ୍ଡାଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

