ବଣେଇ ଉପଖଣ୍ଡରେ ହାତୀ ଆତଙ୍କ ଥମିବାର ନାଁ ନେଉନାହିଁ। ଗତ କିଛିମାସ ମଧ୍ୟରେ ଏହି ଉପଖଣ୍ଡ ରେ ହାତୀ ଆକ୍ରମଣରେ ଚାରିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବୁଧବାର ରାତିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି।
ଘର ଭିତରେ ଶୋଇଥିବା ବେଳେ ହାତୀ ଘର ଭିତରୁ ଟାଣିନେଇ ମାରି ଦେଉଥିବାରୁ ସ୍ଥାନୀୟ ଲାକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଗତକାଲି ରାତିରେ କୁଶୁମୁଣ୍ଢି ଗ୍ରାମର କରମ୍ ସିଂ ମୁଣ୍ଡା ଘରେ ଶୋଉଥିବା ବେଳେ ପ୍ରଥମେ ହାତୀ ତାଙ୍କ ଘର ଭାଙ୍ଗିବା ସହିତ ଆସବା ପତ୍ର ନଷ୍ଟ କରିଦେଇଥିଲା । ପରେ କରମ ସିଂ ଙ୍କୁ ଘର ମଧ୍ୟରୁ ଘୋଷାଡି ଆଣି ଅତି ନିର୍ମମ ଭାବେ କଚାଡି କଚାଡି ମାରି ଦେଇଥିଲା । ଏବେ ଧାନ ଅମଳ ସମୟ ହୋଇଥିବାରୁ ହାତୀ ମାନେ ଗାଁ ମୂହା ହେଉଛନ୍ତି । ଘରଦ୍ୱାର ଭାଙ୍ଗିବା ସହ ଫସଲ ମଧ୍ୟ ନଷ୍ଟ କରୁଛନ୍ତି। ବନ ବିଭାଗ ପକ୍ଷରୁ ହାତୀଙ୍କୁ ଜଙ୍ଗଲ ମଧ୍ୟକୁ ଘଉଡାଇବାକୁ ଉଦ୍ୟମ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ସ୍ୱତନ୍ତ୍ର ସ୍କ୍ୱାର୍ଡ ଦ୍ୱାରା ନିୟମିତ ଭାବେ ହାତୀ ଘଉଡାଇବା କାର୍ଯ୍ୟକ୍ରମ ଜାରୀ ରଖିବାକୁ ସ୍ଥାନୀୟ ଲୋକମାନେ ବନବିଭାଗ ନିକଟରେ ଦାବି କରିଛନ୍ତି ।

