ବିଶ୍ୱ ଦିବ୍ୟାଙ୍ଗ ଦିବସ :ଆତ୍ମ ବିଶ୍ୱାସ ଏବଂ ଇଚ୍ଛାଶକ୍ତିର ଉଦାହରଣ ହେଲେ ଦିବ୍ୟାଙ୍ଗ ଅଞ୍ଜଳା ଏବଂ କଚି ତୁରୀ।। ବିବାହ ପରେ ସ୍ୱାବଲମ୍ବୀ ହେବାର ରାହା ପାଇଲେ।
ଆତ୍ମବିଶ୍ବାସ ଏବଂ ଦୃଢ ଇଛାଶକ୍ତି ଥିଲେ ଶାରୀରିକ ଅକ୍ଷମତା ସଫଳତା କୁ ଅଟକାଇ ପାରିବ ନାହିଁ। ଏହାକୁ ପ୍ରମାଣ କରିଦେଇତଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡୁଆ ବ୍ଲକ ର ବାଙ୍କୀ ଜୋଡାବନ୍ଧ ର କଚି ତୁରୀ ଏବଂ
ଅଞ୍ଜଳା ତିର୍କୀ। କୁଚି ତୁରୀ ଗାଁ ରେ ରହନ୍ତି ଏକ କୁଡ଼ିଆରେ। ଦିବ୍ୟାଙ୍ଗ ହେଲେ ମଧ୍ୟ ସ୍ୱାଭିମାନର ସହ ଏକ ସାଇକେଲ ମରାମତି ଦୋକାନ କରି ଗୁଜରାଣ ମେଣ୍ଟାନ୍ତି । କୁହାଯାଏ ଯେ ପରିଶ୍ରମ କଲେ ସଫଳତା ଆପେଆପେ ଆସେ। ଇତି ମଧ୍ୟରେ କଚି ତୁରୀ ନିଜ ଜୀବନ ସଙ୍ଗିନୀ ଖୋଜି ପାଇଛନ୍ତି। ଭଲପାଇ ବିବାହ କରିଛନ୍ତି ଅନ୍ୟଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ। ଏବେ ଉଭୟ ସାଇକେଲ ମରାମତି ଦୋକାନ ଚଳାଇବା ସହ ଜୀବନ ନିର୍ବାହ କରୁଛନ୍ତି। ପତ୍ନୀ ଅଞ୍ଜଳା ତିର୍କୀ ଆଇ ଟି ଆଇ ପାସ କରିଛନ୍ତି। ସ୍ୱପ୍ନ ଥିଲା ଏକ ସିଲାଇ ମେସିନ ନେଇ ସ୍ୱାବଲମ୍ବୀ ହେବେ। ଆଜି ତାଙ୍କ ସ୍ୱପ୍ନ ପୂରଣ ହୋଇଛି । ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ ଅବସରରେ ଅଞ୍ଜଳାଙ୍କୁ ଆଞ୍ଚଳିକ ପୁନର୍ବାସ କେନ୍ଦ୍ର ପକ୍ଷରୁ ଦିଆଯାଇଛି ଏକ ସିଲେଇ ମେସିନ। ସିଲେଇ ମେସିନ ପାଇ ଉଭୟ ବେଶ ଖୁଶି।
ଏହି ଦିବ୍ୟାଙ୍ଗ ଦମ୍ପତିଙ୍କ ଅଛି ପଟ୍ଟା ଜମି। ସରକାରୀ ସାହାଯ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କା ଘର ଯୋଜନା ମାଧ୍ୟମରେ ଘର ଖଣ୍ଡେ କରିପାରିଲେ କୁଡ଼ିଆ ରୁ ଆସି ଘରେ ରହିପାରିବେ ବୋଲି ଆଶା କରିଛନ୍ତି ସେମାନେ । ଅନେଇ ବସିଛନ୍ତି କେବେ ସରକାର କିମ୍ବା ପ୍ରଶାସନ ର ଦୃଷ୍ଟି ପଡିବ ତାଙ୍କ ଉପରେ ।

