ପୂର୍ବରୁ ଅଦିନିଆ ବର୍ଷାରେ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ବହୁ ପରିମାଣର ଧାନ ଫସଲ ନଷ୍ଟ ହୋଇ ଚାଷୀ ର ଅଣ୍ଟା ଏପର୍ଯ୍ୟନ୍ତ ସିଧା ହୋଇନାହିଁ । ପୁଣି ଆସୁଛି ଲଘୁଚାପ ଜନିତ ବର୍ଷା ସାଙ୍ଗକୁ ବାତ୍ୟା। ଏବେ କ୍ଷେତରେ ଭରି ରହିଛି ଧାନ ଫସଲ
। ଆସନ୍ତା ୩ ତାରିଖରୁ ରାଜ୍ୟର ଲଘୁଚାପଜନିତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ଚାଷୀ ମାନଙ୍କୁ ସତର୍କ କରିଦିଆଯାଇଛି। କ୍ଷେତରୁ ଧାନ କାଟି ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି। ଯେଉଁ ଧାନ କଟା ସରିଛି ସେଗୁଡିକୁ ଘୋଡାଇ ରଖିବାକୁ ପ୍ରଶାସନ ପକ୍ଷରୁ ଚାଷୀଙ୍କୁ କୁହାଯାଇଛି । ଏବେ ଚାଷୀ ମାନେ ଅମଳ ହୋଇଥିବା ଧାନକୁ କିପରି ବର୍ଷା ଦାଉରୁ ସୁରକ୍ଷିତ ରଖି ପାରିବେ ସେ ଚିନ୍ତାରେ ଅଛନ୍ତି ।

