ଗରିବ ଲୋକଙ୍କୁ ଉତ୍ତମ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ଆରମ୍ଭ କରିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁଫଳ ମିଳିବା ଆରମ୍ଭ ହୋଇଗଲାଣି।
ରାଉରକେଲା ଏହି ସଫଳତାର ଏକ ଉଦାହରଣ। ସରକାରୀ ଡାକ୍ତରଖାନା ବ୍ୟତୀତ ଘରୋଇ ଡାକ୍ତରଖାନାରେ ମଧ୍ୟ ଏହି ସୁବିଧା ଉପଲବ୍ଧ ଅଛି। ବିଜୁ ସ୍ୱାସ୍ଥ୍ୟ କାର୍ଡ ବିତରଣ ହେବାର ଦୁଇମାସ ମଧ୍ୟରେ ସ୍ଥାନୀୟ ହାଇଟେକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏକ ହଜାର ରୁ ଉର୍ଦ୍ଧ୍ବ ହିତାଧିକାରୀ ଏହି ସୁବିଧାର ଲାଭ ଉଠାଇ ସାରିଲେଣି ବୋଲି ଦାବି କରାଯାଇଛି। ଏହି ପରିପ୍ରେକ୍ଷୀରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳତାକୁ ଏକ ଉତ୍ସବ ମାଧ୍ୟମରେ ହାଇଟେକ ମେଡିକାଲରେ ମନାଯାଇଥିଲା। ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କହିଛନ୍ତି।

