ବଣାଇ ସହର ସ୍ଥିତ ଦେଓଗାଁ ରାସ୍ତା କଡରେ ଥିବା ଏକ ଘର ଉପରେ ଗଛ ଭାଙ୍ଗି ପଡିଯିବା ଫଳରେ ଜଣେ ନାବାଳିକା ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଜଣେ ବାଳିକା ଅଳ୍ପକେ ବର୍ତ୍ତି ଯାଇଛି
। ମିଳିଥିବା ସୂଚନା ଅନୁଯାୟୀ
କମାର କିସାନଙ୍କ ଝିଅ ଶିବାନୀ ଏବଂ ଦିଲ୍ଲୀପ କିସାନଙ୍କ ଝିଅ ଲିଜା ପ୍ରଦୀପ କିସାନଙ୍କ ଘରେ ସନ୍ଧ୍ୟା ରେ ପାଠ ପଢ଼ୁଥିବା ସମୟରେ ରାସ୍ତା କଡରେ ଥିବା ଗୋଟିଏ ଗଛର ଡାଳ ଭାଙ୍ଗି ପଡିଥିଲା। ଫଳରେ ଶିବାନୀ ଗୁରୁତର ଆହତହୋଇଥିବା ବେଳେ ଲିଜା କିସାନ ଅଳ୍ପକେ ବର୍ତ୍ତି ଯାଇଛି। ଗୁରୁତର ଥିବା ଶିବାନୀଙ୍କୁ ତୁରନ୍ତ ବଣେଇ ଚିକିତ୍ସାଳୟକୁ ନିଆଯାଇ ଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। କ୍ଷତିପୂରଣ ଏବଂ ଗଛଟିକୁ ସମ୍ପୂର୍ଣ୍ଣ କାଟିବା ଦାବିରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନିୟ ଲୋକମାନେ । ବାରମ୍ବାର ଗଛ କାଟିବା ପାଇଁ ସ୍ଥାନୀୟ ଲୋକେମାନେ ଦାବି କରି ଆସୁଥିବା ବେଳେ ପ୍ରଶାସନର ଉଦାସୀନତା ଯୋଗୁଁ ଆଜି ଏମିତି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି।

