ସିପିଆଇ (ଏମ) ର ୨୨ ତମ ରାଜ୍ୟ ସମ୍ମିଳନୀ ସୁନ୍ଦର ଗଡ଼ ଜିଲ୍ଲା ବଣାଇର ରାଜା ଧରଣୀଧର ମଲ୍ଟିପୁଲ ଖେଳ ପଡିଆ ଠାରେ ଆରମ୍ବ ହୋଇଛି
। ଅଧିବେଶନ ପୂର୍ବରୁ ଦଳୀୟ କର୍ମୀ ମାନଙ୍କର ଏକ ଶୋଭାଯାତ୍ରା ବଣାଇ ସହର ପରିକ୍ରମା କରିଥିଲା। ସିପିଏମ ର ଏହି ଅଧିବେଶନ ରେ ଦଳର ସର୍ବଭାରତୀୟ ସମ୍ପାଦକ ସୀତାରାମ ୟେଚୁରୀ , ସିପିଏମ ସର୍ବଭାରତୀୟ ଉପସଭାପତି ବିଷ୍ଣୁ ମହାନ୍ତି , ବିଧାୟକ ଲକ୍ଷ୍ମଣ ମୁଣ୍ଡା , ଓଡିଶା ରାଜ୍ୟ ସଭାପତି ଜନାର୍ଦନ ପତି , ରାଜ୍ୟସମ୍ପାଦକ ଅଳି କିଶୋର ପଟ୍ଟନାୟକ ଙ୍କ ସମେତ ପାର୍ଟି ର ଅନ୍ୟ ବରିଷ୍ଠ ସଦସ୍ୟ ମାନେ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଉଥିବା କୁହାଯାଉଛି ।

