ବିଶ୍ୱକପ-୨୦୨୩ : ୨୦୨୨ ଜୁଲାଇ ରେ ସରିବ ଷ୍ଟାଡିଅମ କାମ।। ନିର୍ମାଣଧୀନ ବିରସା ମୁଣ୍ଡା ହକି ଷ୍ଟାଡିଅମ ର ସମୀକ୍ଷା କଲେ କ୍ରୀଡା ମନ୍ତ୍ରୀ।।
୨୦୨୩ ରେ ଓଡ଼ିଶାରେ ହେବ ହକି ବିଶ୍ୱ କପ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ରେ ଏବଂ ରାଉରକେଲା ରେ ଏହି ମ୍ୟାଚ ହେବା ନେଇ ସ୍ଥିର ହୋଇଛି । ଏଥିଲାଗି ରାଉରକେଲା ରେ ଏକ ବିଶ୍ୱ ସ୍ତରୀୟ ଷ୍ଟାଡିଅମ ନିର୍ମାଣ ଚାଲିଛି । ଷ୍ଟାଡିଅମ ର ଅଗ୍ରଗତି ସମୀକ୍ଷା ଲାଗି ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ମଙ୍ଗଳବାର ଦିନ ରାଉରକେଲା ଗସ୍ତରେ ଆସି ପହଞ୍ଚିଛନ୍ତି
। ମନ୍ତ୍ରୀ ଶ୍ରୀ ବେହେରା ନିର୍ମାଣ ଧୀନ ବିରସା ମୁଣ୍ଡା ହକି ଷ୍ଟାଡିଅମ ର ଅଗ୍ରଗତି ବାବଦରେ ସମୀକ୍ଷା କରିବା ସହ ଷ୍ଟାଡିଅମ ନିର୍ମାଣ ଠିକ ସମୟରେ ସରିବା ନେଇ ସେ ଆଶା ପ୍ରକାଶ କରିଛନ୍ତି । ୨୦୨୩ ରେ ହେବାକୁ ଥିବା ହକି ବିଶ୍ୱକପ ଉଭୟ ଭୁବନେଶ୍ୱର ଏବଂ ରାଉରକେଲା ରେ ହେବ। ସୁନ୍ଦରଗଡ଼ ଜିଲ୍ଲା ହକିର ଏନ୍ତୁଡ଼ିଶାଳ ହୋଇଥିବା ବେଳେ ରାଉରକେଲା ରେ ହକି ବିଶ୍ୱକପ ର ଆୟୋଜନ ନିଶ୍ଚିତ ଭାବେ ଜିଲ୍ଲାର ଆଗପିଢି ର ଖେଳାଳି ମାନଙ୍କ ମଧ୍ୟରେ ଉତ୍ସାହ ଭରିଦେବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।
କ୍ରୀଡ଼ାମନ୍ତ୍ରୀ ଙ୍କ ଗସ୍ତ ସମୟରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ , ରାଜ୍ୟ କ୍ରୀଡା ସଚିବ ତଥା ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରାଯାଇଛି । ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ବହିଷ୍କାର ଦାବିରେ ଏହି ବିରୋଧ କରାଯାଇଥିଲା। ପରେ ପୋଲିସ ବିଜେପି କର୍ମୀ ମାନଙ୍କୁ ଗିରଫ କରି ଥିଲେ ।

