ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଙ୍କ ରାଉରକେଲା ଗସ୍ତ ଅବସରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ତାଙ୍କୁ ବିରୋଧ କରାଯାଇଛି । ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ବହିଷ୍କାର ଦାବିରେ ଏହି ବିରୋଧ କରାଯାଇଥିଲା।
ବିଜେପି ଯୁବ କର୍ମୀମାନେ ସ୍ପେସ ଛକ ନିକଟରେ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରୁଥିବା ବେଳେ ପୋଲିସ ସେମାନଙ୍କୁ ରାସ୍ତାରୁ ଉଠାଇ ନେଇ ଅଟକ ରଖିଥିଲେ। ଏହି ସମୟରେ କିଛି ସମୟ ଲାଗି ପୋଲିସ ସହ ବିଜେପି ଯୁବ କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା । ତେବେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ରାଉରକେଲା ରେ ତାଙ୍କ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଜାରି ରଖିଥିବା ସୂଚନା ମିଳିଛି ।

