ରାଉରକେଲା ମାଲଗୋଦାମ ବସ୍ତିରେ ଚୋରି ଘଟଣାରେ ୫ ଗିରଫ।। ଲକ୍ଷାଧିକ ଟଙ୍କାର ଚୋରି ହୋଇଥିବା ସୁନାଗହଣା ଜବତ।

0 450

ରାଉରକେଲା ମାଲଗୋଦାମ ବସ୍ତିର ମହମ୍ମଦ ଜାମସେଦ୍‌ ଖାନ୍‌ଙ୍କ ଘରୁ ଚୋରି ହୋଇଥିବା ସୁନା ଗହଣା ଘଟଣାରେ ଉଦିତନଗର ପୁଲିସ ଚାରି ଜଣ ଚୋରଙ୍କ ସମେତ ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ‌ଗିରଫଙ୍କ ମଧ୍ୟରେ ଚୋରମାନଙ୍କ ସହ ପାନପୋଷ ସ୍ବାତୀ ଜୁଏଲାରୀ ର ମାଲିକ ନଗେନ୍ଦ୍ର ପ୍ରସାଦ ସାହୁ ଅଛନ୍ତି। ପୋଲିସ ନଗେନ୍ଦ୍ରଙ୍କ ନିକଟରୁ ଚୋରି ହୋଇଥିବା ୩୫ ଗ୍ରାମ୍‌ ଓଜନର ସୁନାଗହଣା ଜବତ କରିଛନ୍ତି। ନଗେନ୍ଦ୍ର ଚୋରମାନଙ୍କ ନିକଟରୁ କମ ଦାମରେ ଗହଣା ନେଇ ତରଳାଇ ସୁନା ବିସ୍କୁଟ ଏବଂ ଚକୋଲେଟ୍‌ ଢାଞ୍ଚାକୁ ପରିବର୍ତ୍ତିତ କରିଦେଇଥିଲା। ଜାମସେଦ ଖାନଙ୍କ ଘରୁ ୨ଟି ସୁନାଚେନ୍‌, ଦୁଇଟି କାନଫୁଲ , ୪ଟି ସୁନା ଟପ୍‌, ୬ଟି ନାକ ଫୁଲ, ୨ଟି ଝୁମୁକା, ୨ଟି ନେକ୍‌ଲେସ୍‌ ଚୋରି ହୋଇଥିଲା। ଜାମସେଦ୍‌ ଗତ ୧୦ ତାରିଖରେ ତାଙ୍କ ପରିବାର ସହ କୋଲକାତାର ଜଣେ ସମ୍ପର୍କୀୟ ଘରକୁ ଯାଇଥିଲେ। ଘରେ ତାଲା ପଡ଼ିଥିବାର ସୁଯୋଗ ନେଇ ଚୋରମାନେ ଗତ ୧୯ ତାରିଖରେ ଘରେ ପଶିଥିଲେ। ପରେ ଆଲମିରା ଭାଙ୍ଗି ୩୫ ଗ୍ରାମ୍‌ ଓଜନର ସୁନାଗହଣା ଚୋରି କରି ଫେରାର ହୋଇଯାଇଥିଲେ। ଚୋରି କରିବାବେଳେ ଫ୍ରିଜ୍‌, ଟିଭି, ଇନ୍‌ଭେଟର , ବ୍ୟାଟେରି ଆଦି ଭଙ୍ଗାରୁଜା କରିବା ସହ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରଗୁଡ଼ିକୁ ଜାଳିପୋଡି ନଷ୍ଟ କରି ଦେଇଥିଲେ। ୨୦ ତାରିଖରେ ରେ ଘରୁ ଚୋରି ହୋଇଥିବା ସଂକ୍ରାନ୍ତରେ ପଡୋଶୀଙ୍କ ଠାରୁ ସୂଚନା ପାଇବା ପରେ ପରିବାର ସହ ଘରକୁ ଫେରିଥିଲେ। ଜାମସେଦ ଉଦିତନଗର ଥାନାରେ ଚୋରି ବାବଦରେ ଏତେଲା ଦେବାପରେ ପୋଲିସ ତଦନ୍ତ କରି ଚୋରମାନଙ୍କୁ ଗିରଫ କରିବାସହ ଚୋରି ହୋଇଥିବା ଗହଣା ଜବତ କରିଥିଲେ।

Leave A Reply

Your email address will not be published.