ଦୈନିକ ସମ୍ବାଦପତ୍ର “ସୁଧାର” ର ସମ୍ପାଦକ ପି ସି ଦାସ ଙ୍କ ୮୪ ବର୍ଷ ବୟସରେ ଆଇ ଜି ଏଚ ରେ ନିଧନ।

0 337

ରାଉରକେଲା ସହରରୁ ପ୍ରକାଶ ପାଉଥିବା ଦୈନିକ ଖବରକାଗଜ ‘ସୁଧାର’ର ସମ୍ପାଦକ ପି.ସି. ଦାସଙ୍କର ମସ୍ତିଷ୍କାଘାତରେ ବିୟୋଗ ହୋଇଯାଇଛି। ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ଗତ କିଛିଦିନ ଧରି ଅସୁସ୍ଥ ଥିବାରୁ କଟକରେ ଚିକିତ୍ସିତ ହୋଇ ରାଉରକେଲା ସିଭିଲଟାଉନସିପ୍‌ସ୍ଥିତ ଘରକୁ ଫେରିଥିଲେ। ଆଜି ସକାଳେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)ରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ପୂର୍ବାହ୍ନ ୧୧ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ସହରର ବହୁ ବୁଦ୍ଧିଜୀବୀ, ରାଜନୈତିକ ଦଳର ନେତା ସିଭିଲଟାଉନସିପସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅପରାହ୍ନରେ ବେଦବ୍ୟାସ ଶ୍ମଶାନଘାଟରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଜ୍ୟେଷ୍ଠପୁତ୍ର ରୁପେଶ ଦାସ ମୁଖାଗ୍ନି ଦେଇଥିଲେ। ସାନ ପୁଅ ମୁକେଶଙ୍କ ସମେତ ଚାରି ଝିଅ, ଜ୍ବାଇଁ, ପୁତ୍ରବଧୂ, ନାତିନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ। ୨୦୦୦ରୁ ସେ ଦୈନିକ ’ସୁଧାର’ ଖବରକାଗଜ ପ୍ରକାଶନ କରି ଆସୁଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

Leave A Reply

Your email address will not be published.