ରାଉରକେଲା ମାଲଗୋଦାମ ଅଞ୍ଚଳ ର ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ରରେ ତାଲା ପକାଇଲେ ସ୍ଥାନୀୟ ଲୋକେ।ପରିବେଶ ଦୂଷିତ ହେଉଥିବା ଅଭିଯୋଗ।

0 448

ରାଉରକେଲା ମାଲଗୋଦାମ ଅଞ୍ଚଳର ଲେପ୍ରୋସି ପଡା ନିକଟରେ ଥିବା ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ରକୁ ସ୍ଥାନୀୟ ଲୋକମାନେ ବିରୋଧ କରିଛନ୍ତି । ରାଉରକେଲା ମହାନଗର ନିଗମ ପକ୍ଷରୁ ଏହି କେନ୍ଦ୍ରକୁ ପ୍ରତିଦିନ ଆଖପାଖ ଅଞ୍ଚଳରୁ ଖତ ପ୍ରସ୍ତୁତି ଲାଗି ଆବର୍ଜନା ଆଣି ରଖାଯିବା ସଙ୍ଗେ ସଙ୍ଗେ ସେଗୁଡିକୁ ଅଲଗା ଅଲଗା କରାଯାଇଥାଏ। ସୋମବାର ଦିନ ଏହି କେନ୍ଦ୍ରରେ ଯୁବନେତା ସମର ତନ୍ତି ଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକମାନେ ତାଲା ପକାଇଦେଇଛନ୍ତି। ଏଠାରେ ରଖାଯାଉଥିବା ଅଳିଆ ଆବର୍ଜନା ରୁ ଦୁର୍ଗନ୍ଧ ବାହାରି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଏହା ଏକ ଜନ ବସତି ଅଞ୍ଚଳ ହୋଇଥିବାରୁ ଲୋକମାନେ ଅସୁସ୍ଥ ହେବାର ସମ୍ଭାବନା ରହିଛି। ସ୍ଥାନୀୟ ଲୋକମାନେ ଏହି କେନ୍ଦ୍ରକୁ ଅନ୍ୟତ୍ର ଉଠାଇ ନେବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.