ଟାୟାର ରେ ପ୍ରେସର ଦେଉଥିବା ବେଳେ ଚକା ଫାଟି ବଣେଇ ରେ ଜଣେ ମୃତ।। ଦୁଇଜଣ ଆହତ ।

0 436

ମୃତ୍ୟୁ ଏମିତିବି ଆସେ ।
ଭାଇବ୍ରେଟର ରୋଲର ରେ ହାୱ। ଦେଉଥିବା ବେଳେ ଟାୟାର ଫାଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି । ଘଟଣା ଟି ଘଟିଛି ବଣେଇ ର ଏକ ଟାୟାର ଦୋକାନରେ । ସୋମବାର ଦିନ ବଣେଇ ତାରିଣୀ ଢାବା ନିକଟରେ ଏକ ଭାଇବ୍ରେଟର ରୋଲର ରେ ପ୍ରେସର ଦେଉଥିଲେ ଦୋକାନ ମାଲିକ ବିକ୍ରମ ପାତ୍ର। ପ୍ରେସର ଦେବା ସମୟରେ ହଠାତ ରୋଲର ର ଚକା ଫାଟିଗଲା।

ଚକା ଫାଟିବାର ପ୍ରେସର ଏତେ ଭୟଙ୍କର ଥିଲାଯେ ବିକ୍ରମ ଦୂରକୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ବଣେଇ ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ତାଙ୍କ ଅବସ୍ଥା ଗୁରତର ଥିବାରୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠା ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବିକ୍ରମଙ୍କ ସେଠାରେ ମୃତ୍ୟୁ ହୋଇଥିଲା। ଚକା ଫାଟିବା ସମୟରେ ସେଠାରେ ବାଇକ ରେ ଥିବା ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଛନ୍ତି । ପୋଲିସ ଏହି ଦୁର୍ଘଟଣାର ତଦନ୍ତ କରୁଛନ୍ତି।

Leave A Reply

Your email address will not be published.