କୋଭିଡ ଆକ୍ରାନ୍ତଙ୍କୁ ସେବା ଯୋଗାଇ ଦେଇଥିବା ବ୍ୟକ୍ତି ବିଶେଷ କରାଗଲା ସମ୍ମାନିତ।। ମୁଖ୍ୟ ଅତିଥି ଭାବେ ସିନେ ଅଭିନେତ୍ରୀ ଅନୁ ଚୌଧୁରୀ ଯୋଗଦେଲେ।
ଦୈନିକ ଖବରକାଗଜ ପ୍ରମେୟ ଏବଂ ବୈଦୁତିକ ଗଣମାଧ୍ୟମ ନିଉଜ ସେଭେନ ପକ୍ଷରୁ ଆୟୋଜିତ ହୋଇଯାଇଛି ପ୍ରତିଭା ସମ୍ମାନ ସମାରୋହ। ରବିବାର ସନ୍ଧ୍ୟାରେ ରାଉରକେଲା ୧୯ ନମ୍ବର ସେକ୍ଟର ସ୍ଥିତ ସିଭିକ ସେଣ୍ଟରରେ ଅନୁଷ୍ଠିତ ଏହି ଆମ ସଂକଳ୍ପ କାଯ୍ୟକ୍ରମରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ
। ସୁନ୍ଦରଗଡ଼ ଜିଲ୍ଲାକୁ ଏକ ସ୍ଵଛ ସୁନ୍ଦର ଜିଲ୍ଲା ଭାବେ ଗଢି ତୋଳିବା ପାଇଁ ଏହି କାର୍ଯ୍ୟକ୍ରମ “ଆମ ସଂକଳ୍ପ” ।
ଓଡ଼ିଆ ସିନେମା ଅଭିନେତ୍ରୀ ଅନୁ ଚୌଧୁରୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଥିବା ତଥା ସାମାଜିକ କ୍ଷେତ୍ରରେ ବିଶେଷ ଅବଦାନ ଥିବା ବ୍ୟକ୍ତିବିଶେଷ ଙ୍କୁ ସମ୍ମାନିତ କରାଯାଇଥିଲା। ବିଶେଷକରି କୋଭିଡ ସମୟରେ ନିଜ ଜୀବନର ବାଜି ଲଗାଇ କୋଭିଡ ଆକ୍ରାନ୍ତଙ୍କ ସେବା କରିବା ସହ ରନ୍ଧା ଖାଦ୍ୟ ଯୋଗାଇ ଦେଇଥିବା ବ୍ୟକ୍ତି ବିଶେଷଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା।

