କୋଭିଡ ୧୯ ର ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା।। ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ , ଏସପି ଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ।

0 337

କୋଭିଡ୍-୧୯ ର ସମ୍ଭାବ୍ୟ ତୃତୀୟ ଲହର ପ୍ରତିରୋଧ ନିମନ୍ତେ ପ୍ରସ୍ତୁତ ଏବଂ ସକ୍ରିୟ ରହିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାପାଳ, ଏସ୍.ପି. ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

। ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି। କୋଭିଡ ୧୯ ର ନୂଆ ଭେରୀଆଣ୍ଟ ବାବଦରେ ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି । ଅନ୍ୟ ପକ୍ଷରେ କେନ୍ଦ୍ର ସରକାର ରବିବାର ଦିନ ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ କର୍ତ୍ତୃପକ୍ଷଙ୍କୁ କୋଭିଡ ୧୯ ର ନୂଆ ଭେରୀଆଣ୍ଟ ବାବଦରେ ସତର୍କ ରହିବାକୁ କହିଛନ୍ତି । ଯେଉଁମାନେ ଆନ୍ତର୍ଜାତିକ ବିମାନ ବନ୍ଦରରେ ବିଦେଶ ରୁ ଆସୁଛନ୍ତି , ଵିଶେଷ କରି ଦକ୍ଷିଣ ଆଫ୍ରିକାରୁ , ସେମାନଙ୍କ ଉପରେ ନଜର ରଖିବାକୁ କେନ୍ଦ୍ର ସରକାର କହିଛନ୍ତି ।

Leave A Reply

Your email address will not be published.