କଂଗ୍ରେସ ନେତା ପ୍ରଶାନ୍ତ ସେଠୀଙ୍କ “ଆସ ବସ୍ତିକୁ ଯିବା” ଅଭିଯାନ ଜାରି।। ରବିବାର ଫୋକସ ରେ କଲ୍ୟାଣି ବସ୍ତି।

0 361

ପ୍ରକ୍ତାନ ରଘୁନାଥପାଲୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ପ୍ରଶାନ୍ତ ସେଠୀ ତାଙ୍କର ” ଆସ ବସ୍ତି କୁ ଯିବା ଅଭିଯାନ ” ଜାରି ରଖିଛନ୍ତି। ନିଜର ସମର୍ଥକଙ୍କ ସହ ରବିବାର ଦିନ ୬ ନମ୍ବର ସେକ୍ଟର ସ୍ଥିତ କଲ୍ୟାଣି ବସ୍ତିରେ ପହଁଚି ଲୋକମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

ବସ୍ତି ର ବିଭିନ୍ନ ସମସ୍ୟା ଯଥା ପାନୀୟ ଜଳ, ଅଙ୍ଗନୱାଡି ଗୃହ, ସ୍ବାସ୍ଥ୍ୟ ସେବା, ବିଦ୍ୟୁତ ସେବା ବାବଦରେ ବସ୍ତି ବାସିନ୍ଦା ଙ୍କ ଠାରୁ ଶୁଣିବା ପରେ ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ। ଅନେକ ସରକାରୀ ଯୋଜନା ଥାଇ ମଧ୍ୟ ଲୋକ ସେ ବାବଦରେ ଅବଗତ ନାହାଁନ୍ତି ତେଣୁ ତା’ର ଉପଯୋଗ ନେଇ ଆଲୋଚନା କରି ସମସ୍ତ ଙ୍କ ସହଯୋଗ ରେ ସମାଧାନ ସମ୍ଭବ ହେବ ବୋଲି ବସ୍ତି ବାସିନ୍ଦାଙ୍କୁ ଶ୍ରୀ ସେଠି ବୁଝାଇଥିଲେ।

Leave A Reply

Your email address will not be published.