ବେଆଇନ ବାଲି ଚାଲାଣ ଉପରେ ପୋଲିସ୍ ର ଚଢ଼ାଉ।। ୧୨ ବାଲି ମାଫିଆ ଗିରଫ, ୧୦ ଟି ଗାଡି ଜବତ ।

0 521

ବେଆଇନ ବାଲି ଉତ୍ତୋଳନ ଉପରେ ପୋଲିସ ଚଢ଼ାଉ କରି ୧୦ ରୁ ଉର୍ଦ୍ଧ୍ଵ ଗାଡି ଜବତ କରିବା ସହ ୧୨ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ବାଲି ମାଫିଆ ମୁଖ୍ୟ , ତାଙ୍କ ସହଯୋଗୀ ଏବଂ ଗାଡିର ଡ୍ରାଇଭର , ହେଲ୍ପର ଅଛନ୍ତି

। ଜବତ ଗାଡି ମଧ୍ୟରେ ୭ଟି ଟ୍ରାକ୍ଟର , ୩ଟି ଟିପ୍ପର ଗୋଟିଏ ଜେସିବି ରହିଛି । ବିଶ୍ରା ଥାନା ଅନ୍ତର୍ଗତ ତେତେରକେଲା ଘାଟରୁ ଏହି ମାଫିଆ ମାନେ ବେଆଇନ ଭାବେ ବାଲି ଉତ୍ତୋଳନ କରି ଝାରଖଣ୍ଡ ଏବଂ ବିଶ୍ରା , ବନ୍ଧମୁଣ୍ଡା ଅଞ୍ଚଳରେ ବିକ୍ରି କରୁଥିଲେ । ନଭେମ୍ବର ୧୦ ତାରିଖରୁ ବାଲି
ଉଠାଣ ଲିଜ ସରି ଯାଇଥିଲେ ମଧ୍ୟ ବାଲି ମାଫିଆ ମାନେ ପ୍ରତିଦିନ ୫୦ ରୁ ଉର୍ଦ୍ଧ୍ଵ ଟ୍ରିପ ବାଲି ବେଆଇନ ଭାବେ ଚାଲାଣ କରୁଥିବା ଅଭିଯୋଗ ହୋଇଛି । ପ୍ରଶାସନ ର ବାରମ୍ବାର ବାରଣ ସ୍ୱତ୍ତ୍ୱେ ବେଆଇନ ବାଲି ଉତ୍ତୋଳନ ବନ୍ଦ ନହେବାରୁ ପ୍ରଶାସନ ର ସୂଚନା କ୍ରମେ ବିଶ୍ରା ପୋଲିସ ବାଲି ମାଫିଆଙ୍କୁ ଗିରଫ କରିବା ସହ ବେଆଇନ ବାଲି ଚାଲାଣ ରେ ବ୍ୟବହୃତ ଗାଡି ଗୁଡିକୁ ଜବତ କରିଥିଲେ । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.