ରାଉରକେଲା ବାସନ୍ତୀ କଲୋନୀ ନିକଟ ହରିପୁର ବସ୍ତିରେ ବୁଧବାର ରାତିରେ ଏକ ଵିଵାହ ଭୋଜି ରେ ଖାଦ୍ୟ ଗ୍ରହଣ କରି ଅସୁସ୍ଥ ହୋଇଥିବା ସମସ୍ତ ଲୋକ ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାନ୍ତି।
ସରକାରୀ ହସ୍ପିଟାଲରେ ଏବେବି ୪୦ ଜଣ ଚିକିତ୍ସିତ ହେଇଥିବା ବେଳେ ଅନ୍ୟ କେତେଜଣ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଯଦିଓ ସମସ୍ତ ପୀଡିତ ଲୋକ ବିପଦ ମୁକ୍ତ ଥିବା କୁହାଯାଉଛି ତଥାପି ଚାରିଦିନ ପରେ ମଧ୍ୟ ଭଲ ନହେବା ଚିନ୍ତାର ବିଷୟ ହୋଇଛି। କେଉଁ କାରଣରୁ ଏହି ଫୁଡ଼ ପଏଜନିଙ୍ଗ ହୋଇଛି ତାର ସଠିକ କାରଣ ଜଣାପଡିନାହିଁ । ବସ୍ତିରେ ଏବେ ଡାକ୍ତରୀ ଟିମ ଯାଞ୍ଚ ଜାରି ରଖିଥିବା ବେଳେ ଆର ଜି ଏଚ ରେ ପିଡୀତଙ୍କ ଚିକିତ୍ସା କରାଯାଉଛି ।

