ଭିତ୍ତିଭୂମି ଏବଂ ଉନ୍ନତମାନ ଶିକ୍ଷାଦାନ ଉପରେ ରାଉରକେଲା ରେ ଆଲୋଚନା ଚକ୍ର।। ସରକାରୀ ସ୍କୁଲରେ ରୂପାନ୍ତିକରଣ ଉପରେ ଫୋକସ।

0 359

ସରକାରୀ ସ୍କୁଲରେ ଉନ୍ନତମାନର ଶିକ୍ଷା ପ୍ରଦାନ ଉପରେ ସରକାର ଏବେ ଗୁରୁତ୍ୱ ଦେଉଛନ୍ତି। ପ୍ରଥମ ପର୍ଯ୍ୟାୟରେ 5 T ଅଧୀନରେ ସ୍କୁଲ ଗୁଡିକର ରୂପାନ୍ତିକରଣ କାର୍ଯ୍ୟକ୍ରମ ଜାରି ରହିଛି । ଉଦେଶ୍ୟ ହେଲା ଛାତ୍ରଛାତ୍ରୀ ଏବଂ ଅଭିଭାବକ ଯେମିତି ସରକାରୀ ସ୍କୁଲ ପ୍ରତି ଆକୃଷ୍ଟ ହେବେ ।

ଏବେ ରାଉରକେଲା ଇସ୍ପାତ ସହରରେ ବିଭିନ୍ନ ସ୍କୁଲ ଗୁଡିକର ରୂପାନ୍ତିକରଣ ହୋଇଥିବା ବେଳେ ଏବେ ଶିକ୍ଷାର ମାନ ଉପରେ ଗୁରୁତ୍ୱ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ରାଉରକେଲା ବ୍ରାହ୍ମଣୀ କ୍ଲବରେ ଏକ ଆଲୋଚନା ଚକ୍ରର ଆୟୋଜନ କରା ଯାଇଥିଲା।ଏହି ଆଲୋଚନାଚକ୍ର କାର୍ଯ୍ୟକ୍ରମକୁ ସ୍କୁଲ ର ଶିକ୍ଷକ , କର୍ମଚାରୀ , ପ୍ରଧାନ ଶିକ୍ଷକ , ଆଇ ସି ଡି ଏସ ଅଧିକାରୀଙ୍କୁ ଡକାଯାଉଥିଲା । ଭିତ୍ତିଭୂମି ଏବଂ ଉନ୍ନତ ଶିକ୍ଷାଦାନ ଉପରେ ଆଉ କିପରି ଅଧିକ ଫୋକସ ଦିଆ ଯାଇପାରିବ ସେ ବାବଦରେ ଆଲୋଚନା କରାଯାଇଥିଲା । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ , ଅତିରିକ୍ତ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.