ବିବାହ ଭୋଜିରେ ଖାଦ୍ୟ ଖାଇ ରାଉରକେଲାରେ ୩୦ ରୁ ଉର୍ଦ୍ଧ୍ବ ଅସୁସ୍ଥ।। ହରିପୁର ବସ୍ତିରେ ସ୍ୱାସ୍ଥ୍ୟ ବିଭାଗ ଟିମ ଅବସ୍ଥାପିତ।
ରାଉରକେଲା ବାସନ୍ତୀ କଲୋନୀ ନିକଟରେ ଥିବା ହରିପୁର ବସ୍ତିରେ ବୁଧବାର ରାତିରେ ଏକ ବିବାହ ଭୋଜିରେ ଖାଦ୍ୟ ଖାଇ ୩୦ ରୁ ଉର୍ଦ୍ଧ୍ବ ଲୋକ ଅସୁସ୍ଥ ହୋଇ ପଡିଛନ୍ତି । ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ ନିଆଯାଇଥିବା ବେଳେ ଅନ୍ୟମାନଙ୍କୁ ଉକ୍ତ ବସ୍ତିରେ ଚିକିତ୍ସା କରାଯାଉଛି ।ଫୁଡ଼ ପଏଜନିଙ୍ଗ ଯୋଗୁଁ ଲୋକମାନେ ଅସୁସ୍ଥ ହୋଇପଡିଥିବା ପ୍ରାଥମିକ ଅବସ୍ଥାରେ ଜଣାପଡ଼ିଛି।
ବାହାଘର ଭୋଜିରେ ଖାଦ୍ୟଖାଇ ଲୋକମାନେ ଅସୁସ୍ଥ ହୋଇପଡିଥିବା ଖବର ପାଇବାପରେ ମହନଗର ନିଗମ କର୍ମଚାରୀ ଏବଂ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନେ ବସ୍ତିରେ ପହଞ୍ଚି ଚିକିତ୍ସା ସହାୟତା ଯୋଗାଇଦେଇଥିଲେ। ଫୁଡ଼
ପଏଜନିଙ୍ଗ ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ଆଶଙ୍କା ଥିବାରୁ ବସ୍ତିରେ ଦୁଇଟି ହେଲଥ ଟିମ ରହି ସ୍ଥିତି ଉପରେ ନଜର ରଖିଛନ୍ତି। ଦୁଇଜଣ ଡାକ୍ତର ବସ୍ତିରେ ରହି ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି ।

