ସାମ୍ପ୍ରଦୟିକ ସଦଦ୍ଭାବନା ରକ୍ଷା ଲାଗି ରାଉରକେଲା ରେ ରାପିଡି ଆକ୍ସନ ଫୋର୍ସ , ଓ ଏସ ଏ ଏଫ ଏବଂ ସ୍ଥାନୀୟ ପୋଲିସ ର ଫ୍ଲାଗ ମାର୍ଚ୍ଚ।
ରାଉରକେଲା ସହରରେ ସାମ୍ପ୍ରଦାୟିକ ସଦଦ୍ଭାବନା ରକ୍ଷାକରିବା ଉଦେଶ୍ୟରେ ଏକ ଫ୍ଲାଗମାର୍ଚ୍ଚ ଗୁରୁବାର ପୂର୍ବାହ୍ନ ରେ କରାଯାଇଥିଲା। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ କିପରି ଭାଇଚାରା ରକ୍ଷା କରାଯାଇ ପାରିବ , ଲୋକ ପରସ୍ପର ମଧ୍ୟରେ ମିଳିମିଶି ରହିବେ ସେ ବାବଦରେ ସଚେତନ କରାଇବା ଏହି ଫ୍ଲାଗମାର୍ଚ୍ଚ ର ଲକ୍ଷ ଥିଲା
। ରାଉରକେଲା ପୋଲିସ , କେନ୍ଦ୍ରୀୟ ରାପିଡି ଆକ୍ସନ ଫୋର୍ସ , ଓଡିଶା ରାଜ୍ୟ ଅଗ୍ଜିଲାରୀ ଫୋର୍ସ ଏହି ଫ୍ଲାଗ ମାର୍ଚ୍ଚ ରେ ଭାଗ ନେଇଥିଲେ। ପ୍ଲାଣ୍ଟସାଇଟ ଅଞ୍ଚଳ ରୁ ଏହା ଫ୍ଲାଗମାର୍ଚ୍ଚ ବାହାରି ସହରର ମହତାବ ରୋଡ଼ ଦେଇ ମୁଖ୍ୟମାର୍ଗରେ ପହଁଚି ଥିଲା । ରାସ୍ତାରେ ପୋଲିସ ଅଧିକାରୀ ମାନେ ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରି ସାମ୍ପ୍ରଦାୟିକ ସଦ୍ ଭାବନା କିପରି ରକ୍ଷା କରା ଯାଇପାରିବ ସେ ବାବଦରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ପୁରୁଣା ଟ୍ୟାକ୍ସିଷ୍ଟାଣ୍ଡ , ମହତାବ ରୋଡ଼ରେ ରାପିଡି ଆକ୍ସନ ଫୋର୍ସ ଏବଂ ପୋଲିସ ସାଧାରଣ ଲୋକଙ୍କ ସହ ଭାବ ଆଦାନପ୍ରଦାନ କରିଥିଲେ । ସମ୍ବେଦିନଶୀଳ ଅଞ୍ଚଳରେ ବିଶେଷ ଫୋକସ୍ ଦିଆଯାଇଥିଲା ।

