ରାଉରକେଲା ମହାନଗର ନିଗମ ର ନିର୍ବାଚନ ପ୍ରସଙ୍ଗ ଏବେ ହାଇକୋର୍ଟ ରେ ପହଞ୍ଚିଛି। ନିକଟରେ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ରାଉରକେଲା ମହାନଗର ନିଗମ ଏବଂ ସମ୍ବଲପୁର ମହନଗର ନିଗମ ନିର୍ବାଚନ କେତେକ କାରଣରୁ ହେବ ନାହିଁ ବୋଲି ଦର୍ଶା ଯାଇଥିଲା।
ଆର ଏମ ସି ରେ ନିର୍ବାଚନ କରିବା ଲାଗି ରାଉରକେଲା ର ବରିଷ୍ଠ ବିଜେପି ନେତା ନିହାର ରାୟ ଉଚ୍ଚ ନ୍ୟାୟାଳୟ ର ଦ୍ୱାରସ୍ଥ ହୋଇଥିଲେ। ଜାଣିଶୁଣି ନିର୍ବାଚନକୁ ସ୍ଥଗିତ ରଖା ଯାଉଥିବା ଶ୍ରୀ ରାୟ ରିଟ ପିଟିସନ ରେ ଉଲ୍ଲେଖ କରିଥିଲେ । ଏହି ମାମଲାକୁ ଉଚ୍ଚ ନ୍ୟାୟାଳୟ ବିଚାରକୁ ନେଇ ଆସନ୍ତା ଡିସେମ୍ବର ୭ ତାରିଖରେ ରାଜ୍ୟ ସରକାର ଏବଂ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ରାଉରକେଲା ପୌରପାଳିକା କୁ ୨୦୧୪ ମସିହାରେ ରାଜ୍ୟ ସରକାର ମହନଗର ନିଗମ ହେବା ଘୋଷଣା କରିଥିଲେ। ସେତେବେଳେ ପୌରପାଳିକା ରେ ୩୩ ଟି ୱାର୍ଡ ଥିଲା। ମହନଗର ନିଗମ ଲାଗି ଏହି ୱାର୍ଡ ସଂଖ୍ୟା ୪୦ କୁ ବୃଦ୍ଧି କରଯାଇଥିଲା। ଏଥିରେ କେତେକ ପଞ୍ଚାୟତ ଏରିଆ କୁ ସାମିଲ କରାଯାଇଥିଲା। ଏହା ବିରୁଦ୍ଧରେ ହାଇକୋର୍ଟ ରେ ରିଟ ପିଟିସନ ଦାୟର ହୋଇଥିଲା।
ରାଉରକେଲା ମହାନଗର ନିଗମ ହେବା ଆଠ ବର୍ଷ ହେଲାଣି। ମାତ୍ର ନିର୍ବାଚନ ହେଉନଥିବାରୁ ଲୋକମାନେ ଠିକ ଭାବେ ମୌଳିକ ସେବା ପାଉନଥିବା ଅଭିଯୋଗ ହେଉଛି ।
