ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଅନ୍ତର୍ଗତ କାଳିଆହୁଡି ଜଙ୍ଗଲରୁ ମିଳିଥିବା ଜଣେ ବ୍ୟକ୍ତିଙ୍କ ଗଳିତ ଶବ ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ ହୋଇଛି । ମୃତକ ରବି ସେଠି ଏବଂ ସେ ପାଖ ଗାଁ ର ବୋଲି ପୋଲିସ କହିଛି ।
ପ୍ରାଥମିକ ତଦନ୍ତରୁ ଉକ୍ତ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ହତ୍ୟା ମାମଲାରେ ପୋଲିସ ତିନିଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ।

