ଫେସବୁକ ପ୍ରେମ ର ପରିଣତି ।। ନାବାଳିକା କୁ ଧରି ଚମ୍ପଟ ମାରିବା ବେଳେ ପଂଜାବର ପ୍ରେମିକ ରାଉରକେଲା ଷ୍ଟେସନରୁ ଗିରଫ।

0 497

ଅନଲାଇନ ପାଠ ପଢା ପାଇଁ ବାପା ଝିଅ କୁ କିଣି ଦେଇଥିଲେ ମୋବାଇଲ ଫୋନ। ହେଲେ ପାଠ ପଢା ଛାଡି ଅନଲାଇନ ରେ ପ୍ରେମ କରି ଫସିଲା ଝିଅ। ଥାନାରେ ପହଁଚିଲା ମାମଲା।

ସ୍ନାପଚାଟ ରୁ ପ୍ରେମ କରି ନାବାଳିକା ପ୍ରେମିକା କୁ ଧରି ଚମ୍ପଟ ମାରୁଥିବା ବେଳେ ବନ୍ଧହେଲା ସଦୁର ପଞ୍ଜାବ ର ପ୍ରେମିକ। ଦୀର୍ଘ ବର୍ଷେ ତଳେ ସ୍ନାପଚାଟ ରୁ ପଞ୍ଜାବ ରେ ଜଣେ ଯୁବକ ଙ୍କ ସହ ରାଉରକେଲା ସେକ୍ଟର ଅଞ୍ଚଳର ଜଣେ ନାବାଳିକା ଝିଅ ର ପ୍ରେମ ସମ୍ପର୍କ ଗଢିଉଠିଥିଲା। 23 ତାରିଖ ଦିନ ପଞ୍ଜାବ ର ଯୁବକ ନିଜ ପ୍ରେମିକା କୁ ଦେଖା କରିବା ପାଇଁ ପହଞ୍ଚିଥିଲା ରାଉରକେଲା ରେ। ତାପରେ ନାବାଳିକା ପ୍ରେମିକ କୁ ଧରି ଟ୍ରେନ ଯୋଗେ ପଞ୍ଜାବ ଯିବା ପାଇଁ ଚେଷ୍ଟା କରୁଥିବା ବେଳେ ନାବାଳିକା ବାପର ଅଭିଯୋଗ ମୁତାବକ ରାଉରକେଲା ଷ୍ଟେସନ ରୁ ଉଭୟ ଙ୍କୁ ଧରିଥିଲା ରେଳବାଇ ପୋଲିସ ଏବଂ ସ୍ଥାନୀୟ ପୋଲିସ ଟିମ। ନାବାଳିକା ଝିଅ କୁ ଚାଇଲଡ଼ ଲାଇନ କି ହସ୍ତାନ୍ତର କରାଯାଇଥିବା ବେଳେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ରାଉରକେଲା ପୋଲିସ।

Leave A Reply

Your email address will not be published.