ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉପସ୍ଥିତିରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ ।

0 326

ଶ୍ରୀ ଜଗନ୍ନାଥଙ୍କ ବିଜେସ୍ଥଳୀ ପୁରୀ ବିକାଶ ଲାଗି ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ମହାଯୋଜନା ଆରମ୍ଭ କରିଥିଲେ ତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଆଜି ଆରମ୍ଭ ହୋଇଛି । ୩୫୫ କୋଟି ଟଙ୍କାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ ହୋଇଛି ।

ଏହି ପ୍ରକଳ୍ପ ର ଆରମ୍ଭ କୁ ଦଳମତ ନିର୍ବିଶେଷରେ ସମସ୍ତଙ୍କ ସମର୍ଥନ ମିଳିଛି । ଏହି ପ୍ରକଳ୍ପ ର କାର୍ଯ୍ୟକାରିତା ଲାଗି ପ୍ରଭାବିତ ହୋଇଥିବା ବିସ୍ଥାପିତଙ୍କୁ ମୁଖ୍ୟମନ୍ତ୍ରୀ ଆଜି ସମ୍ମାନିତ କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ଗଜପତି ମହାରାଜା ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କରିଥିଲେ। ଶିଳାନ୍ୟାସ ପରେ ମୁଖ୍ୟମନ୍ତ୍ରୀ ଏକ ବ୍ୟଟେରୀ ଚଳିତ ଗାଡ଼ିରେ ମନ୍ଦିର ବାହାରେ ପରିକ୍ରମା କରିଥିଲେ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମେତ ପୁରୀ ସାଂସଦ , ବିଧାୟକ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

Leave A Reply

Your email address will not be published.