ମଙ୍ଗଳବାର ଦିନ ଦୁଇଜଣ ଯୁବକ କୋଏଲ ନଦୀରେ ବୁଡି ପ୍ରାଣ ହରାଇଛନ୍ତି । ଏହି ଯୁବକଦ୍ବୟ କୋଲକାତାର ଏବଂ ବାହାଘର ବରଯାତ୍ରୀ ରେ ଜରେଇକେଲା କୋପସିଙ୍ଗା ଗ୍ରାମକୁ ଆସିଥିଲେ । ଉଭୟ ବରର ସମ୍ପର୍କୀୟ ଥିଲେ । ଆଜି ଦ୍ବିପ୍ରହରେ ଉଭୟ ଗାଧୋଇବା କୁ କୋଏଲ ନଦୀ ଆସିଥିଲେ
। ଗାଧୋଇବା ବେଳେ ଗୋଡ଼ ଖସି ଯିବାରୁ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ । ସ୍ଥାନୀୟ ଲୋକମାନେ ଉଭୟ ଯୁବକଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ପରେ ବିଶ୍ରା ରୁ ଫାୟାର ବ୍ରିଗେଡ଼ ଟିମ ପହଞ୍ଚି ଉଭୟ ଯୁବକଙ୍କ ମୃତ ଶରୀର ନଦୀରୁ ଉଦ୍ଧାର କରିଥିଲେ । ଏହି ଘଟଣାରେ ଉକ୍ତ ଅଞ୍ଚଳ ରେ ଏବଂ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି ।

