ଅସାମାଜିକ ଗତିବିଧି ଉପରେ ଅଙ୍କୁଶ ଲଗାଇବାକୁ ରାଉରକେଲା ପୋଲିସର ଅଭିଯାନ ଜାରି।

0 492

ଅପରାଧ ନିୟନ୍ତ୍ରଣ ଲାଗି ରାଉରକେଲା ପୋଲିସ ର ଆରମ୍ଭ ହୋଇଥିବା ଅଭିଯାନ ଜାରି ରହିଛି । ଏକ ସପ୍ତାହରୁ ଉର୍ଦ୍ଧ୍ବ କାଳ ହେଲା ପୋଲିସର ଏହି ଅପରାଧ ନିରୋଧ ଅଭିଯାନ ବିଭିନ୍ନ ଥାନା କ୍ଷତ୍ରରେ ଚାଲିଛି

। ବିଶେଷ କରି ସର୍ବସାଧାରଣ ସ୍ଥାନରେ ଆପତ୍ତିଜନକ କାର୍ଯ୍ୟକରୁଥିବା ଉଦଭ୍ରାନ୍ତ ଯୁବକ ମାନଙ୍କ ବିରୁଦ୍ଧରେ ପୋଲିସ ଏହି ମୋର୍ଚ୍ଚା ଖୋଲିଛି । ଅନ୍ଧାରୁଆ ତଥା ନିଛାଟିଆ ସ୍ଥାନରେ ମଦ୍ୟପାନ କରିବା , ସିଗାରେଟ ଅନ୍ୟାନ୍ୟ ଡ୍ରଗ୍ସ ସେବନ କରିବା ଆଦି କାର୍ଯ୍ୟକଳାପ କୁ ରୋକିବାକୁ ପୋଲିସ ର ଏହି ପଦକ୍ଷେପକୁ ସହରବାସୀ ସ୍ୱାଗତ କରିଛନ୍ତି । ସହରର ପ୍ଲାଣ୍ଟସାଇଟ , ଉଦିତନଗର , ରଘୁନାଥପାଲି , ବନ୍ଧମୁଣ୍ଡା , ସେକ୍ଟର-୧୯ , ସେକ୍ଟର- ୧୫ , ଝିରିପାଣି , ଛେଣ୍ଡ , ସେକ୍ଟର-୭ ଆଦି ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ସାରିଥିବା ବେଳେ ଅନ୍ୟ ଥାନା ଅଞ୍ଚଳରେ ମଧ୍ୟ କରାଯିବାର ସୂଚନା ମିଳିଛି । ପାର୍କ , ବସଷ୍ଟାଣ୍ଡ ଖେଳପଡ଼ିଆ , ଷ୍ଟେସନ ଆଦି ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ରେ ଲିପ୍ତଥିବା ଲୋକଙ୍କ ଉପରେ ପୋଲିସ ନଜର ରଖିଛି । ଏହି ଚଢ଼ାଉ ନିୟମିତ ଭାବେ ଚାଲିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.