ସୁନ୍ଦରଗଡ଼ ସେଣ୍ଟମେରୀ ଉଚ୍ଚ ବାଳିକା ବିଦ୍ୟାଳୟର ୫୩ ଛାତ୍ରୀକରୋନା ଆକ୍ରାନ୍ତ।। ସମସ୍ତ ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରଖାଗଲା।
ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ ପଜିଟିଭ୍ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଉଥିବା ବେଳେ ଆଜି ଗୋଟିଏ ସ୍କୁଲ ରେ ୫୩ ଜଣ ଛାତ୍ରୀ କରୋନା ଭାଇରସ ରେ ଆକ୍ରାନ୍ତ ହେବା ସୂଚନା ଚିନ୍ତା ର କାରଣ ହୋଇଛି । ଏହି ସମସ୍ତ ଛାତ୍ରୀ ସୁନ୍ଦରଗଡ଼ ସେଣ୍ଟ ମେରି ଉଚ୍ଚ ବାଳିକା ବିଦ୍ୟାଳୟର। କେତେକ ଛାତ୍ରୀଙ୍କୁ ଥଣ୍ଡା କାଶ ହେବା ପରେ ସେମାନଙ୍କ କୋଭିଡ ଟେଷ୍ଟ କରାଯାଇଥିଲା । ପରେ ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଛାତ୍ରୀଙ୍କ କୋଭିଡ ଟେଷ୍ଟ ମଧ୍ୟ ହୋଇଥିଲା । ଏପର୍ଯ୍ୟନ୍ତ ୫୩ ଜଣ ଛାତ୍ରୀ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସମସ୍ତ ଛାତ୍ରୀଙ୍କୁ ସଂଘରୋଧରେ ରଖାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି । ସେମାନଙ୍କ ସଂଷ୍ପର୍ଶରେ ଆସିଥିବା ଅନ୍ୟ ଛାତ୍ରୀଙ୍କ କରୋନା ପରୀକ୍ଷା କରଯାଇଛି । ତେବେ ଏତେ ସଂଖ୍ୟକ ଛାତ୍ରୀ କିପରି ପଜିଟିଭ୍ ଚିହ୍ନଟ ହେଲେ ତାହା ଚିନ୍ତାର କାରଣ ହୋଇଛି । ସ୍କୁଲରେ କଂଟାକ୍ଟ ଟ୍ରେସିଂ କରାଯାଉଥିବା ସୂଚନା ମିଳିଛି । ସ୍କୁଲ କୁ ସାତଦିନ ଲାଗି ବନ୍ଦ କରାଯାଇଥିବା କହିଛନ୍ତି ସେଣ୍ଟମେରି ସ୍କୁଲ କର୍ତ୍ତୃପକ୍ଷ ।
ଅନ୍ୟପକ୍ଷରେ ବୁର୍ଲା ଭୀମସାରରେ ୨୯ ଜଣ ଏମବିବିଏସ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ତେବେ କରୋନା ପଜିଟିଭି ଚିହ୍ନଟ ହେବା ପରେ ସମସ୍ତଙ୍କୁ ସଂଗରୋଧ ରେ ରଖାଯାଇ ଚିକିତ୍ସା କରାଯାଉଛି ।
ଅନ୍ୟ ଛାତ୍ରଛାତ୍ରୀଙ୍କ କୋଭିଡ ଟେଷ୍ଟ କରାଯିବାର ଅଛି । ଏତେ ସଂଖ୍ୟକ ଛାତ୍ରଛାତ୍ରୀ କରୋନା ରେ ଆକ୍ରାନ୍ତ ହେବାପରେ ମେଡ଼ିକାଲ କଲେଜରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ହଷ୍ଟେଲ ଅଞ୍ଚଳ କୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିବାକୁ ନିଷ୍ପତ୍ତି ନିଆଯାଇଛି । କେହି ହଷ୍ଟେଲ ବାହାରକୁ ଯାଇ ପାରିବେ ନାହିଁ କିମ୍ବା କେହି ବାହାରୁ ହଷ୍ଟେଲ କୁ ଆସି ପାରିବେ ନାହିଁ । ସମସ୍ତ ଅଫ ଲାଇନ କ୍ଲାସ , ପ୍ରାକ୍ଟିକାଲ କ୍ଲାସକୁ ବନ୍ଦ ରଖାଯାଇଛି।

