ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ର ୨୨ ଛାତ୍ରୀ କୋଭିଡ ରେ ଆକ୍ରାନ୍ତ ।

0 352

ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ର ୨୨ ଜଣ ଛାତ୍ରୀ କୋଭିଡ ପଜେଟିଭ ଚିହ୍ନଟ ହେବା ପରେ ଏହା ମେଡିକାଲ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି । ଆହୁରି କିଛି ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଥିବାର ସନ୍ଦେହ କରାଯାଉଛି। କେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ତାର ତଥ୍ୟ ନିଆଯାଉଛି। ହଠାତ ଏତେ ସଂଖ୍ୟକ ଛାତ୍ରୀ ଆକ୍ରାନ୍ତ ହେବାପରେ ମେଡ଼ିକାଲ କର୍ତ୍ତୃପକ୍ଷ ଏକ ବୈଠକ ଡକାଇଛନ୍ତି।ଆଗକୁ ନିଆଯିବା ପ୍ରତିଷେଧକ ବ୍ୟବସ୍ଥା ବାବଦରେ ଆଲୋଚନା ହେବାର ସମ୍ଭାବନା ରହିଛି । ନିକଟରେ ସମ୍ପନ୍ନ ହୋଇଥିବା ବାର୍ଷିକ ଉତ୍ସବ ରୁ କୋଭିଡ ସଂକ୍ରମଣ ହୋଇଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.