୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ର ସାଇବର ଠକେଇ ର ପର୍ଦ୍ଦାଫାସ କଲା ରାଉରକେଲା ପୋଲିସ।। ଗୁଜୁରାଟ ରୁ ସାଇବର ଠକ ଗିରଫ ସହ ନଗଦ ୫୦ ହଜାର ଜବତ।

0 908

ଦୁଇବର୍ଷ ପୂର୍ବେ ସହରରେ ୧୫ ଲକ୍ଷ ୮୧ ହଜାର ଟଙ୍କାର ହୋଇଥିବା ସାଇବର କ୍ରାଇମ ର ପର୍ଦାଫସ କରିଛି ରାଉରକେଲା ପୋଲିସ । ଉକ୍ତ ସାଇବର ଠକ କୁ ଗିରଫ କରିବା ସହ ଅଭିଯୁକ୍ତ ନିକଟରୁ ନଗଦ ୫୦ ହଜାର ଟଙ୍କା , ପାନ କାର୍ଡ , ଭୋଟର କାର୍ଡ , ଆଧାର କାର୍ଡ ଆଦି ଜବତ କରିଛନ୍ତି ।

ଶେଆର ବଜ଼ାର ରେ ଅର୍ଥ ଦୁଇଗୁଣ କରିବା ଲୋଭ ଦେଖାଇ ଏକ ସାଇବର ଠକ ଦଳ ନାଲା ରୋଡ଼ ର ସାହଁବାଜ ଶକିଲ ନାମକ ଜଣେ ବ୍ୟକ୍ତି ଙ୍କ ଠାରୁ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଥିଲେ । ଏ ବାବଦରେ ୨୦୨୦ ମାର୍ଚ୍ଚ ୨୧ ତାରିଖରେ ରାଉରକେଲା ସାଇବର ଥାନାରେ ଏକ ମାମଲା ରଜ୍ଜୁ ହୋଇଥିଲା । ପୋଲିସ ର ତଦନ୍ତ ଏହି ଅପରାଧ ବାବଦରେ ଜାରି ରହିଥିଲା । ଶେଷରେ ରାଉରକେଲା ପୋଲିସ ଏହି ସାଇବର ଅପରାଧ ମାମଲାରେ ରାୱଲ ଭାବିକ ବିଷ୍ଣୁଭାଇ ନାମକ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ଗୁଜରାଟ ର ମେହଷଣା ଜିଲ୍ଲାରୁ ଗିରଫ କଲେ । ଏହି ସାଇବର ଠକ ଦଳ ଦେଶର ବିଭିନ୍ନ ସ୍ଥାନରେ ସାଇବର ଠକେଇ ମାମଲାରେ ଜଡିତ ଥିବା ବେଳେ ଦେଶ ବାହାରେ ମଧ୍ୟ ଏପ୍ରକାର ଠକେଇ କରୁଥିବା ପୋଲିସ ତଦନ୍ତରୁ ଜାଣି ପାରିଛି । ଏହି ଅନ୍ତର୍ଜାତୀୟ ସାଇବର ଠକ ଦଳର ଅନ୍ୟ ସଦସ୍ୟଙ୍କୁ ଗିରଫ କରିବାକୁ ପୋଲିସର ଉଦ୍ୟମ ଜାରି ରହିଛି ବୋଲି ରାଉରକେଲା ଏସ ପି ମୁକେଶ କୁମାର ଭାମୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

Leave A Reply

Your email address will not be published.