ଡେଙ୍ଗୁ,କରୋନା ବିରୁଦ୍ଧରେ ରାଉରକେଲା ରେ ମୋର୍ଚ୍ଚା ଖୋଲିଲେ ସେଭ ଓଡିଶା ସଙ୍ଗଠନ ।

0 341

ଡେଙ୍ଗୁ , କରୋନା , ମ୍ୟାଲେରିଆ ଆଦି ରୋଗର ନିରାକରଣ ଲାଗି ସରକାରୀ ସ୍ତରରେ ଅନେକ ସଂସ୍ଥା ରହିଛି । ରାଉରକେଲା ରେ ମହନଗର ନିଗମ ପକ୍ଷରୁ ଏବଂ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ ,
କରୋନା ବାବଦରେ ବିଭିନ୍ନ ପଦକ୍ଷେପ ନିଆଯାଉଛି

। ତଥାପି ରାଉରକେଲା ରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି । ଲୋକମାନେ ଡେଙ୍ଗୁ , କରୋନା ପ୍ରତି ସଚେତନ ହେବାକୁ ଏକ ସ୍ବେଛାସେବୀ ସଂଗଠନ ସେଭ ଓଡିଶା ଚେରୀଟାବୁଲ ସଙ୍ଗଠନ ପକ୍ଷରୁ ସହଯୋଗର ହାତ ବଢ଼ା ଯାଇଛି। ଏହି ସଙ୍ଗଠନ ର କର୍ମକର୍ତ୍ତା ମାନେ ମଧୁସୂଦନପାଲି ଅଞ୍ଚଳରେ ଡେଙ୍ଗୁ , କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ସହ ମଶା ଧୁଆଁ ମଧ୍ୟ ଛାଡିଥିଲେ। ଡେଙ୍ଗୁ ବାବଦରେ ଲୋକଙ୍କୁ ଲିଫଲେଟସ ବାଣ୍ଟିବା ସହ ନିଜ ଘର ଚାରିପଟ ସଫା ରଖିବାକୁ ପରାମର୍ଶ ଦେଇଥିଲେ । ସରକାରୀ କଳ ସହ ସ୍ବେଛାସେବୀ ସଙ୍ଗଠନ ମାନେ ଏପରି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହେଲେ ନିଶ୍ଚିତ ଭାବେ ଏହାର ପ୍ରଭାବ ଲୋକଙ୍କ ଉପରେ ପଡିବ।

Leave A Reply

Your email address will not be published.