କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନାର କପଣ୍ଡ ଗ୍ରାମରେ ଅନ୍ନ ପ୍ରସାଦ ଖାଇ ବହୁ ଗ୍ରାମବାସୀ ଅସୁସ୍ଥ ହୋଇ ପଡିଛନ୍ତି। ଅସୁସ୍ଥ ମାନଙ୍କୁ ଚିକିତ୍ସା ଲାଗି ଲହୁଣୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅସୁସ୍ଥ ଙ୍କ ମଧ୍ୟରେ କେତେକ ମହିଳା ଏବଂ ଶିଶୁ ମଧ୍ୟ ଅଛନ୍ତି । ସମୁଦାୟ ୨୧ ଜଣ ଡାକ୍ତରଖାନା ରେ ଭର୍ତ୍ତି ହେଲେଣି
। ତିନିଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ପଠାଯିବାର ବ୍ୟବସ୍ଥା କରାଯାଉଛି । ତେବେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଝାଡାବାନ୍ତି ହେଉଛି ଏବଂ ସେମାନଙ୍କ ଚିକିତ୍ସା କରାଯାଉଛି ବୋଲି ଡାକ୍ତର କହିଛନ୍ତି ।

