ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜଳପୁର ଫରେଷ୍ଟ ରେଞ୍ଜ ରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ।।ହାତୀ ଘଉଡାଇବାକୁ ସ୍ଥାନୀୟ ଲୋକଙ୍କ ଦାବି।
ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଏବେ ହାତୀ ଆତଙ୍କ ଜାରି ରହିଛି । ଆଜି ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜଳପୁର ଫରେଷ୍ଟ ରେଞ୍ଜ ରେ ଜଣେ ବ୍ୟକ୍ତିଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ରବିବାର ସକାଳେ କିଞ୍ଜିରିକେଲା ଫରେଷ୍ଟ ସେକ୍ସନ ରଷ୍ଟି ଗ୍ରାମର ମୁରଲୀ ଖଡ଼ିଆ ନିଜ ଶ୍ବଶୁର ଏବଂ ପୁଅ ସହିତ ଶୌଚ କର୍ମ କରିବା ଲାଗି ଗାଁ ମୁଣ୍ଡ ନାଳ କୁ ଯାଇଥିବା ବେଳେ ହଠାତ ଦୁଇଟି ହାତୀ ସେଠାରେ ପହଞ୍ଚି ଯାଇଥିଲେ
। ହାତୀ ଦେଖି ମୁରଲିଙ୍କ ଶ୍ବଶୁର ଏବଂ ପୁଅ ସେଠାରୁ ଦୌଡ଼ି ପଳାଇବା ରେ ସଫଳ ହୋଇଥିବା ବେଳେ ମୁରଲୀ ହାତୀ ହାବୁଡ଼ ରେ ପଡିଯାଇଥିଲା । ହାତୀ ତାଙ୍କୁ ଉଠାଇ କଚାଡି ଦେଇଥିଲା। ଘଟଣା ସ୍ଥଳରେ ମୁରଲୀ ଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ସେଠାରେ କିଞ୍ଜିରକେଲା ଥାନା ପୋଲିସ ଏବଂ ବନ ବିଭାଗ କର୍ମଚାରୀ ପହଞ୍ଚି ଘଟଣା ର ତଦନ୍ତ କରୁଛନ୍ତି। ଗତ ଦୁଇ ସପ୍ତାହରୁ ଉର୍ଦ୍ଧ ହେବ କିଛି ଜଙ୍ଗଲୀ ହାତୀ ଏହି ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି । ଗତ ୫ ତାରିଖ କାଙ୍କେରଜୁରା ଗ୍ରାମରେ ମଧ୍ୟ ହାତୀ ଆକ୍ରମଣ ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟ ହୋଇଥିଲା । ହାତୀପଲ୍ଲ କୁ ଘଉଡାଇବାକୁ ବନ ବିଭାଗ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ସଫଳ ହୋଇ ପାରିନାହାନ୍ତି । ସୁନ୍ଦରଗଡ଼ ଜିଲ୍ଲାର କୋଇଡା , ବଣେଇ , ନୂଆଗାଁ , ହାତୀବାରି , ଲାଠିକଟା ଆଦି ଅଞ୍ଚଳରେ ହାତୀ ଆତଙ୍କ ଜାରି ରହିଥିବା ବେଳେ ଜିଲ୍ଲାର ଉଜ୍ଜଳପୁର , କୁତ୍ରା ଆଦି ଫରେଷ୍ଟ ରେଞ୍ଜ ରେ ମଧ୍ୟ ହାତୀ ଗତିବିଧି ରେ ବୃଦ୍ଧି ଘଟିଛି । ସ୍ଥାନୀୟ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

