ଦୁଇଟି ସ୍ଥାନରେ ବିସ୍ପୋରଣ କରି ଟ୍ରେନ ଲାଇନ ଉଡାଇଲେ ମାଓବାଦୀ।।ଚକ୍ରଧରପୁର ଏବଂ ଧାନବାଦ ଡିଭିଜନ ରେ ଟ୍ରେନ ଚଳାଚଳ ପ୍ରଭାବିତ।

0 480

ମାଓବାଦୀ ମାନେ ଶୁକ୍ରବାର ରାତିରେ ଦୁଇଟି ସ୍ଥାନରେ ରେଳ ଧାରଣା ଉଡାଇ ଦେଇଛନ୍ତି । ଗୋଟିଏ ଦକ୍ଷିଣପୂର୍ବ ରେଳପଥ ର ଚକ୍ରଧରପୁର ନିକଟ ଲୋଟା ପାହାଡ଼ ଏବଂ ସୋନୁଆ ମଧ୍ୟରେ ହୋଇଥିବା ବେକେ ଅନ୍ୟ ବିସ୍ପୋରଣ ଟି ଧାନବାଦ ଡିଭିଜନ ରେ ଘଟିଛି । ଚକ୍ରଧରପୁର ଡିଭିଜନ ରେ ନକ୍ସଲମାନେ ରେଳ ଧାରଣା ବମ ଲଗାଇ ଉଡାଇ ଦେବା

ଫଳରେ
ହାଉଡା – ମୁମ୍ବାଇ ମାର୍ଗରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରେଳବାଇ ପକ୍ଷରୁ ଟ୍ରାକ୍ ମରାମତି କାମ ଯୁଦ୍ଧକାଳୀନ ଭିତ୍ତରେ ଚାଲିଛି । ଶୁକ୍ରବାର ରାତିରେ ହୋଇଥିବା ବିସ୍ପୋରଣରେ ରେଳ ଧାରଣା କ୍ଷତିଗ୍ରସ୍ତ ହୋଇଥିବାରୁ ବହୁ ଟ୍ରେନ ହଉଡା-ମୁମ୍ବାଇ ମାର୍ଗରେ ବିଳମ୍ବରେ ଚାଲିଛି। ରାଉରକେଲା ଷ୍ଟେସନ ରେ ମଧ୍ୟ କିଛି ଟ୍ରେନ ଅଟକି ରହିଛି । ଟ୍ରେନ ଚଳାଚଳ ସ୍ବାଭାବିକ କରିବାକୁ ରେଳ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି । ଟପ ମାଓବାଦୀ ନେତା କିଶନ ଦା ଏବଂ ତାଙ୍କ ପତ୍ନୀ ଶିଲା ମାରାଣ୍ଡି ଙ୍କ ଗିରଫ ପ୍ରତିବାଦରେ ଏହି ବିସ୍ପୋରଣ କରାଯାଇଥିବା କୁହାଯାଉଛି । ଅନ୍ୟ ଏକ ଘଟଣାରେ ମାଓବାଦୀ ମାନେ ଧାନବାଦ ରେଳ ଡିଭିଜନ ର ଗରୱ। ଏବଂ ବରକାନା ମଧ୍ୟରେ ଟ୍ରେନ ଲାଇନ ବମ ବିସ୍ପୋରଣ କରି ଉଡାଇଦେବା ଫଳରେ ଏକ ଲୋକୋ ଇଞ୍ଜିନ ଲାଇନଚ୍ୟୁତ ହୋଇଛି । ଏହି ଘଟଣାରେ ରେଳ ଲାଇନ କ୍ଷତିଗ୍ରସ୍ତ ହୋଇଥିବା ବେଳେ ରେଳବାଇର ଉଚ୍ଚ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ରେଳ ଧାରଣା ମରାମତି କାମ ଆରମ୍ଭ ହୋଇଛି ।

Leave A Reply

Your email address will not be published.