ଟ୍ରେନ ଲାଇନ ଉଡାଇଲେ ନକ୍ସଲ।। ହାଉଡା-ମୁମ୍ବାଇ ମାର୍ଗରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ।।

0 278

ଦକ୍ଷିଣପୂର୍ବ ରେଳପଥ ର ଚକ୍ରଧରପୁର ନିକଟ ଲୋଟା ପାହାଡ଼ ଏବଂ ସୋନୁଆ ମଧ୍ୟରେ ନକ୍ସଲମାନେ ରେଳ ଧାରଣା ମାଇନ୍ସ ଲଗାଇ ଉଡାଇ ଦେଇଛନ୍ତି । ଫଳରେ


ହାଉଡା – ମୁମ୍ବାଇ ମାର୍ଗରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରେଳବାଇ ପକ୍ଷରୁ ଟ୍ରାକ୍ ମରାମତି କାମ ଯୁଦ୍ଧକାଳୀନ ଭିତ୍ତରେ ଚାଲିଛି । ଶୁକ୍ରବାର ରାତିରେ ହୋଇଥିବା ବିସ୍ପୋରଣରେ ରେଳ ଧାରଣା କ୍ଷତିଗ୍ରସ୍ତ ହୋଇଥିବାରୁ ବହୁ ଟ୍ରେନ ହଉଡା-ମୁମ୍ବାଇ ମାର୍ଗରେ ବିଳମ୍ବରେ ଚାଲିଛି। ରାଉରକେଲା ଷ୍ଟେସନ ରେ ମଧ୍ୟ କିଛି ଟ୍ରେନ ଅଟକି ରହିଛି । ଟ୍ରେନ ଚଳାଚଳ ସ୍ବାଭାବିକ କରିବାକୁ ରେଳ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି । ଟପ ମାଓବାଦୀ ନେତା କିଶନ ଦା ଏବଂ ତାଙ୍କ ପତ୍ନୀ ଶିଲା ମାରାଣ୍ଡି ଙ୍କ ଗିରଫ ପ୍ରତିବାଦରେ ଏହି ବିସ୍ପୋରଣ କରାଯାଇଥିବା କୁହାଯାଉଛି ।

Leave A Reply

Your email address will not be published.