ଅଦିନିଆ ବର୍ଷା ଏବଂ ହାତୀପଲ୍ଲ ଉପଦ୍ରବରେ ନୂଆଗାଁ ବ୍ଲକ ର ଚାଷୀଙ୍କ ଉପରେ ଦୋହରା ମାଡ।। ବ୍ୟାପକ ଫସଲ ନଷ୍ଟ।। ସରକାରୀ ସାହାଯ୍ୟ ଲାଗି ନିବେଦନ ।

0 335

ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ ର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ଧାନ , ମାଣ୍ଡିଆ , ଏବଂ ଅନ୍ୟାନ୍ୟ ଶସ୍ୟ ଜାତୀୟ ଚାଷ ରୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ ଚାଷ କରିଥାନ୍ତି ଏଠାକାର ବାସିନ୍ଦା। କିନ୍ତୁ ଏବେ ଚାଷୀ ମାନଙ୍କ ଉପରେ ପଡିଛି ଦୋହରା ମାଡ

। ବିଶେଷ କରି ଏହି ବ୍ଲକ ର ହାତୀବାରି ଅଞ୍ଚଳ ର ଚାଷୀ ମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ଅଦିନିଆ ବର୍ଷାରେ ଖଳାରେ ଥିବା ଧାନ ଭିଜି ଗଜା ହୋଇଯାଇଥିବା ବେଳେ କ୍ଷେତରେ ଥିବା ଧାନକୁ ହାତୀପଲ୍ଲ ପଶି ନଷ୍ଟ କରିଦେଉଛନ୍ତି । ଧାନ ସାଙ୍ଗକୁ ମାଣ୍ଡିଆ ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଋଣ କରି ଚାଷ କରିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ବନ ବିଭାଗ ଏପର୍ଯ୍ୟନ୍ତ ହାତୀପଲ୍ଲ କୁ ଘଉଡାଇବାକୁ ସକ୍ଷମ ହୋଇନାହାନ୍ତି । ଅଦିନିଆ ବର୍ଷା ସାଙ୍ଗକୁ ହାତୀପଲ୍ଲ ଙ୍କ ଦୋହରା ମାଡ଼ ଚାଷୀର ଅଣ୍ଟା ଭାଙ୍ଗି ଦେଇଛି । କ୍ଷୟକ୍ଷତି ଆକଳନ କରିବାକୁ କୃଷି ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କେହି ଯାଇନାହାନ୍ତି । ଏବେ ନୂଆଗାଁ ବ୍ଲକ ର ଚାଷୀ ମାନେ ସରକାରୀ ସାହାଯ୍ୟ ଲାଗି ନିବେଦନ କରିଛନ୍ତି ।

Leave A Reply

Your email address will not be published.